ଏହି ଦିନଠାରୁ ଆରମ୍ଭ ହେବାକୁ ଯାଉଛି ଫ୍ଲିପ୍‌କାର୍ଟର ବହୁ ପ୍ରତୀକ୍ଷିତ ‘ବିଗ୍‌ ବିଲିୟନ୍‌ ଡେ ସେଲ୍‌’

ନୂଆଦିଲ୍ଳୀ: ପାଖେଇ ଆସିଲାଣି ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍‌ ଡେ ସେଲ୍‌ର ତାରିଖ। ଆପଣ ଜାଣିଥିବେ ନିଶ୍ଚୟ ଯେ ପ୍ରତିବର୍ଷ ଦଶହରା ପୂର୍ବରୁ ଫ୍ଲିପ୍‌କାର୍ଟ ତା’ର ଗ୍ରାହକମାନଙ୍କୁ ଏହି ବିଗ୍‌ ବିଲିୟନ୍‌ ଡେ ସେଲ୍‌ ଜରିଆରେ ଆକର୍ଷଣୀୟ ଅଫର୍‌ ପ୍ରଦାନ କରିଥାଏ। ଏବର୍ଷ ଏହି ସେଲ୍‌ ସେପ୍ଟେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଫ୍ଲିପ୍‌କାର୍ଟ ପରି ଆମାଜନ୍‌ ବି ପ୍ରତିବର୍ଷ ସମାନ ସମୟରେ ଗ୍ରାହକଙ୍କ ସକାଶେ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସପିଂ ଫେଷ୍ଟିଭାଲ୍‌ ଆରମ୍ଭ କରିଥାଏ। ଏବର୍ଷ ବି ସେହି ଫ୍ଲିପ୍‌କାର୍ଟ ସମୟରେ ହିଁ ଏହି ସେଲ୍‌ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି।

ଫ୍ଲିପ୍‌କାର୍ଟର ଏହି ସେଲ୍‌ରେ ଗ୍ରାହକମାନେ ଆଇଫୋନ୍‌ ୧୨ ଓ ଆଇଫୋନ୍‌ ୧୩ ଉପରେ ସ୍ବତନ୍ତ୍ର ରିହାତି ପାଇପାରନ୍ତି। ଏହା ବ୍ୟତୀତ କମ୍ପାନି ପକ୍ଷରୁ ଗ୍ରାହକଙ୍କୁ ସ୍ବତନ୍ତ୍ର ବ୍ୟାଙ୍କ୍‌ ରିହାତି ବି ପ୍ରଦାନ କରାଯିବ।
ଯଦି ଅ‌ାପଣଙ୍କ ନିକଟରେ ଆ‌ଇସିଅ‌ାଇସି ଆଇ କିମ୍ବା ଆକ୍ସିସ୍‌ ବ୍ୟାଙ୍କ୍‌ର କାର୍ଡ ଅଛି ତେବେ ଆପଣଙ୍କୁ ତତ୍‌କ୍ଷଣାତ ୧୦ ପ୍ରତିଶତ ରିହାତି ମିଳିଯିବ। ଏହାବ୍ୟତୀତ ଆପଣଙ୍କୁ ମାଗଣା ଇଏମ୍‌ଆଇ ଓ ସ୍ମାର୍ଟଫୋନ୍‌ ଉପରେ ଫେରସ୍ତ ଅଫର୍‌ ବି ମିଳିବ।

ଆଇଫୋନ୍‌ ବ୍ୟତୀତ କମ୍ପାନି ରିୟଲ୍‌ମି, ପୋକୋ, ଭିଭୋ, ଆପେଲ୍‌ ଏବଂ ସାମ୍‌ସଙ୍ଗ୍‌ ଉପରେ ବି ସ୍ବତନ୍ତ୍ର ରିହାତି ପ୍ରଦାନ କରିବ। ଏହା ଛଡ଼ା ଇଲେକ‌୍‌ଟ୍ରୋନିକ୍ସ, ଆସେସୋରିଜ୍‌ ଏବଂ ଟିଭି ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ରାହକଙ୍କୁ ରିହାତି ଦେବ ଫ୍ଲିପ୍‌କାର୍ଟ। ତେବେ ଆଇଫୋନ୍‌ ୧୩ ଉପରେ ଗ୍ରାହକଙ୍କୁ ବି‌ଶେଷ ରିହାତି ମିଳିବ।

ସମ୍ବନ୍ଧିତ ଖବର