ବିଗ୍ ବିଲିୟନ୍‌ ଡେ ଆଜି ଶେଷ; ଆସୁଛି ଦିପାବଳୀ ସେଲ୍‌

ମୁମ୍ବାଇ: ଆଜି ଶେଷ ହେବ ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେ ସେଲ୍‌। ସେପ୍ଟେମ୍ବର ୨୩ରୁ ଏହି ସେଲ୍‌ ଆରମ୍ଭ ହୋଇ ଗ୍ରାହକଙ୍କୁ ବିଭିନ୍ନ ଅଫର୍‌ ପ୍ରଦାନ କରିଛି। ଏହି ସେଲ୍‌ରେ ବିଶେଷ କରି ମୋବାଇଲ୍‌ ଫୋନ୍‌ ଉପରେ ଖୁବ୍‌ ରିହାତି ପାଇଛନ୍ତି ଗ୍ରାହକ। ସେଲ୍‌ରେ ନଥିଂ ଫୋନ୍‌ ୧ରୁ ନେଇ ଗୁଗୁଲ୍‌ ପିକ୍ସେଲ୍‌ ୬ଏ ପର୍ଯ୍ୟନ୍ତ ଫୋନ୍‌ ଉପରେ ଅଫର୍‌ ମିଳିଛି।

ମାତ୍ର ଆଜି ହେଉଛି ଶେଷ ଦିନ। ଗ୍ରାହକ ଏବର୍ଷର ବିଗ୍‌ ବିଲିୟନ୍‌ ସେଲ୍‌ରେ ଆଜି ହିଁ ଶେଷ ଥର ପାଇଁ ବରାଦ ଦେଇପାରିବେ। ଆସନ୍ତାକାଲିଠାରୁ ଫ୍ଲିପ୍‌କାର୍ଟ ତା’ର ପୂର୍ବ ଦର ଲାଗୁ କରିବ।

ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆଗକୁ ଆସୁଛି ଫ୍ଲିପ୍‌କାର୍ଟର ଦିପାବଳୀ ସେଲ୍‌। ଅବଶ୍ୟ କମ୍ପାନି ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ମାତ୍ର ଏକ ଟିଜ୍‌ର ଦୁର୍ଘଟଣାବଶତଃ ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେବା ପରେ ଦିପାବଳୀ ସେଲ୍‌ ଆଗାମୀ ୫ ତାରିଖରୁ ହେବ ବୋଲି ସୂଚନା ରହିଛି। ଟିଜ୍‌ରରେ ‘ସପିଂ କା ବଡ଼ା ଧମାକା’ ବୋଲି ଲେଖା ହୋଇଥିବାର ଦେଖିବାକୁ ମିଳିଛି। ଏହାର ଅର୍ଥ ଯେ ଫ୍ଲିପ୍‌କାର୍ଟ ଦୀପାବଳି ସେଲ୍‌ରେ ବି ବଡ଼ ଧରଣର ଅଫର୍‌ ପ୍ରଦାନ କରିବାକୁ ଯାଉଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ପ୍ରତିବର୍ଷ ଦଶହରା ପୂର୍ବରୁ ଫ୍ଲିପ୍‌କାର୍ଟ ତା’ର ଗ୍ରାହକମାନଙ୍କୁ ଏହି ବିଗ୍‌ ବିଲିୟନ୍‌ ଡେ ସେଲ୍‌ ଜରିଆରେ ଆକର୍ଷଣୀୟ ଅଫର୍‌ ପ୍ରଦାନ କରିଥାଏ। ଏବର୍ଷ ଏହି ସେଲ୍‌ ସେପ୍ଟେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ରହିଥିଲା।

 

ସମ୍ବନ୍ଧିତ ଖବର