ଆମାଜନ୍‌ ଓ ଗୁଗଲ୍‌ ଠାରୁ ଅଧିକ ଅର୍ଥ ଆଦାୟ ଲାଗି ରାଜିନାମାରେ ଉପନୀତ ହେଲେ ଜି୭ ନେତୃମଣ୍ଡଳୀ

ନୂଆଦିଲ୍ଲୀ: ଆମାଜନ୍ ଓ ଗୁଗଲ୍‌ ଭଳି ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରିବା ଲାଗି ଶନିବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍‌ ଏବଂ ଅନ୍ୟାନ୍ୟ ବୃହତ୍‌, ବିତ୍ତଶାଳୀ ରାଷ୍ଟ୍ରମାନେ ଏକ ଗୁରୁତ୍ବପୂର୍ଣ୍ଣ ରାଜିନାମାରେ ଉପନୀତ ହୋଇଛନ୍ତି।

ସର୍ବନିମ୍ନ ବୈଶ୍ବିକ କର୍ପୋରେଟ୍‌ ଟିକସ ହାର ଅନ୍ୟୂନ ୧୫%କୁ ଯଦି ‘ଗ୍ରୁପ୍‌ ଅଫ୍ ସେଭେନ୍‌’ (ଜି୭) ସମର୍ଥନ କରିବାକୁ ରାଜି ହୁଏ ତେବେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଆର୍ଥିକ ସଙ୍କଟରେ ଚଳୁଥିବା ସରକାରମାନେ କୋଟି କୋଟି ଟଙ୍କା ରାଜସ୍ବ ହାସଲ କରିପାରିବେ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି।

Image Courtesy of Yahoo

ଲଣ୍ଡନରେ ଅନୁଷ୍ଠିତ ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରି ବ୍ରିଟିସ୍‌ ଅର୍ଥମନ୍ତ୍ରୀ ଋଷି ସୁନକ କହିଲେ, ବୈଶ୍ବିକ ଡିଜିଟାଲ୍‌ ଯୁଗ ପାଇଁ ଉପଯୁକ୍ତ କରିବା ଲାଗି ବୈଶ୍ବିକ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ‘ଜି୭’ର ଅର୍ଥମନ୍ତ୍ରୀମାନେ ଐତିହାସିକ ରାଜିନାମାରେ ଉପନୀତ ହୋଇଛନ୍ତି।

କେନ୍ଦ୍ରୀୟ ଲଣ୍ଡନସ୍ଥିତ ବକିଙ୍ଗ୍‌ହାମ୍ ରାଜପ୍ରାସାଦ ନିକଟ ଊନବିଂଶ ଶତାବ୍ଦୀର ଗୋଟାଏ ସୁରମ୍ୟ ଅଟ୍ଟାଳିକାରେ ଆୟୋଜିତ ଏହି ବୈଠକରେ ମହାମାରୀ ପ୍ରାରମ୍ଭ ହେବା ପର ଠାରୁ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀମାନେ ପରସ୍ପର ସହ ଭେଟାଭେଟି ହୋଇଥିଲେ।

ସମ୍ବନ୍ଧିତ ଖବର