ଏସିଆର ୨ନଂ ଧନୀରେ ପରିଣତ ହେଲେ ଗୌତମ ଆଦାନୀ, ପ୍ରଥମ ସ୍ଥାନରେ ମୁକେଶ ଅମ୍ବାନି

ଆଇଆଇଏଫଏଲ ହୁରୁନ ଧନୀ ତାଲିକା

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସଂପତ୍ତି ପରିମାଣ ଦ୍ରୁତ ଗତିରେ ବଢିଚାଲିଛି । ଗତ ଏକ ବର୍ଷ ହେଲା ଦିନକୁ ତାଙ୍କ ସମ୍ପତ୍ତିରେ ୧ ହଜାର କୋଟି ଯୋଗ ହୋଇଚାଲିଛି । ଫଳରେ ସେ ଏବେ ଏସିଆର ନଂ୨ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି ।

ଆଇଆଇଏଫଏଲ ହୁରୁନ ଧନୀ ତାଲିକାରେ ମୁକେଶ ଅମ୍ବାନି ଏସିଆର ନଂ୧ ଧନୀ ବ୍ୟକ୍ତି ହୋଇଥିବାବେଳେ ଆଦାନୀ ଓ ତାଙ୍କ ପରିବାର ନଂ୨ ସ୍ଥାନରେ ଅଛନ୍ତି । ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତି ପରିମାଣ ୭ ଲକ୍ଷ ୧୮ ହଜାର କୋଟି ଥିବାବେଳେ ଆଦାନୀ ପରିବାରର ମୋଟ ସମ୍ପତ୍ତି ପରିମାଣ ୫ ଲକ୍ଷ କୋଟି ।

ଗତ ବର୍ଷକ ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ୨୬୧ ପ୍ରତିଶତ ବୃଦ୍ଧି ପାଇଛି । ଏପରିକି ଆୟ କ୍ଷେତ୍ରରେ ସେ ମୁକେଶ ଅମ୍ବାନିଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି । ଗତ ଏକ ବର୍ଷରେ ମୁକେଶ ଅମ୍ବାନି ଓ ପରିବାର ପ୍ରତିଦିନ ପ୍ରାୟ ୨୬୩ କୋଟି ଟଙ୍କା ଆୟ କରୁଥିବାବେଳେ ଆଦାନୀ ଦିନକୁ ୧ ହଜାର କୋଟି ଆୟ କରୁଛନ୍ତି । ୩ୟ ସ୍ଥାନରେ ଶିବ ନାଦର ଓ ପରିବାର, ୪ର୍ଥରେ ହିନ୍ଦୁଜା ପରିବାର ଓ ୫ମରେ ଏଲଏନ ମିତ୍ତଲ ଅଛନ୍ତି । ତାଲିକାର ୮ମ ସ୍ଥାନରେ ଗୌତମଙ୍କ ଭାଇ ବିନୋଦ ଆଦାନୀ ଅଛନ୍ତି । ଏହି ତାଲିକା ଅନୁସାରେ ଭାରତରେ ମୋଟ ୨୩୭ ଜଣ ବିଲିୟନେର ଅଛନ୍ତି ।

ସମ୍ବନ୍ଧିତ ଖବର