ଦିନକରେ ୧ ହଜାର ଟଙ୍କା କମିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା ମୂଲ୍ୟ କେତେ?

ନୂଆଦିଲ୍ଲୀ: ଶସ୍ତା ହେବାରେ ଲାଗିଛି ସୁନା | ଦିନକ ମଧ୍ୟରେ ପ୍ରାୟ ୧ ହଜାର ଟଙ୍କା କମିଛି ସୁନା ମୂଲ୍ୟ | କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଟିକା ଆସିବାର ଖବର ପରେ ସାରା ବିଶ୍ୱରୁ ନିବେଶକମାନେ ସୁନା ବିକ୍ରି ଆରମ୍ଭ କରିଛନ୍ତି। ଏହି କାରଣରୁ ଘରୋଇ ବଜାରରେ ସୁନା ଦର ମଧ୍ୟ ହ୍ରାସ ପାଇଛି। ମଙ୍ଗଳବାର ଦିନ ଦିଲ୍ଲୀ ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୧୦୪୯ ଟଙ୍କା ଏବଂ ଏକ କିଲୋଗ୍ରାମ ରୂପା ମୂଲ୍ୟ ୧୫୮୮ ଟଙ୍କା ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ୪ ମାସ ତଳକୁ ଖସି ଆସିଛି।

ଆଜି ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୪୯ ଟଙ୍କା ହ୍ରାସ ପାଇ ୪୮,୫୬୯ ଟଙ୍କାରେ ପହଂଚିଛି | ସୋମବାର ଦିନ, ସୁନା ମୂଲ୍ୟ ୪୯,୬୧୮ ଟଙ୍କା ଥିଲା | ଆଜି ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଏକ ଆଉନ୍ସ ପିଛା ୧୮୩୦ ଡଲାରରେ ପହଞ୍ଚିଛି।

ସେହିପରି ରୂପା କିଲୋଗ୍ରାମ ପିଛା ୧୫୮୮ ଟଙ୍କା ଶସ୍ତା ହୋଇଛି। ରୂପା କିଲୋଗ୍ରାମ ପିଛା ମୂଲ୍ୟ ୫୯,୩୦୧ ଟଙ୍କାକୁ ଖସି ଆସିଛି। ଗତକାଲି ରୂପା ମୂଲ୍ୟ କିଲୋଗ୍ରାମ ପିଛା ୬୦,୮୮୯ ଟଙ୍କା ଥିଲା | ଗତକାଲି ଅନ୍ତର୍ଜାତୀୟ ବଜାରରେ ରୂପାର ମୂଲ୍ୟ ଆଉନ୍ସ ପ୍ରତି ୨୩.୪୨ ଡଲାର ଥିଲା।

ସମ୍ବନ୍ଧିତ ଖବର