ଲଣ୍ଡନ: ବିଶ୍ୱର ଅଧିକାଂଶ ସ୍ମାର୍ଟଫୋନ୍ରେ ଗୁଗୁଲ୍ର ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ରହିଛି। ତାହା ଗୁଗୁଲ୍ ପାଇଁ ସମସ୍ୟା ସୃଷ୍ଟି କରିଛି। ଆଣ୍ଡ୍ରଏଡ୍ ଜରିଆରେ ଗୁଗୁଲ୍ ସବୁ ପ୍ରକାର ପ୍ରତିଯୋଗିତାକୁ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ୟୁରୋପୀୟ ସଂଘ ପକ୍ଷରୁ ଏ ନେଇ ତଦନ୍ତ ଜାରି ରହିଛି। ଯଦି ଅଭିଯୋଗ ପ୍ରମାଣିତ ହୋଇଯିବ ତେବେ ଗୁଗୁଲ୍ ଉପରେ ବିପୁଳ ପରିମାଣର ଜରିମାନା ଲାଗୁ କରାଯିବ।ୟୁରୋପୀୟ ସଂଘ (ଇୟୁ) ଅଭିଯୋଗ କରିଛି ଯେ ଆଣ୍ଡ୍ରଏଡ୍କୁ ମାଧ୍ୟମ କରି ଗୁଗୁଲ୍ ଏହାର ସର୍ଚ ଇଞ୍ଜିନକୁ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ବାଧ୍ୟ କରୁଛି। ସ୍ମାର୍ଟଫୋନ୍ ନିର୍ମାଣ କରୁଥିବା କଂପାନିଗୁଡ଼ିକୁ ଗୁଗୁଲ୍ ଏହାର ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ମାଗଣାରେ ପ୍ରଦାନ କରୁଛି। ମାତ୍ର, ଗୁଗୁଲ୍ ପ୍ଲେ ଷ୍ଟୋର୍କୁ ବ୍ୟବହାର କରିବାକୁ ହେଲେ ଗୁଗୁଲ୍ର େଓ୍ଵବ୍ ବ୍ରାଉଜର୍ ଓ ସର୍ଚ ଇଞ୍ଜିନ୍କୁ ଫୋନ୍ରେ ଇନଷ୍ଟଲ୍ କରିବାକୁ ଏହା କଂପାନିଗୁଡ଼ିକ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି।