ଆସନ୍ତା ମାସରେ ଜିଏସଟି କାଉନସିଲ ବୈଠକ, ମହଙ୍ଗା ହୋଇପାରେ ୧୪୩ଟି ସାମଗ୍ରୀ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଭିନ୍ନ ସାମଗ୍ରୀ ମହଙ୍ଗା ହୋଇ ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥା ବଢାଇଥିବାବେଳେ ଆଉ କେତେକ ସାଧାରଣ ସାମଗ୍ରୀର ଦରବୃଦ୍ଧି ପାଇଁ ସରକାର ବିଚାର କରୁଛନ୍ତି ।

ମୋଟ ୧୪୩ଟି ସାମଗ୍ରୀ ଉପରେ ଜିଏସଟି ହାର ବୃଦ୍ଧି କରି ସେଗୁଡ଼ିକର ଦରବୃଦ୍ଧି ପାଇଁ ସରକାର ରାଜ୍ୟମାନଙ୍କର ପରାମର୍ଶ ଲୋଡିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ହାଣ୍ଡବ୍ୟାଗ୍, ପରଫ୍ୟୁମ, ଚକଲୋଟ, ଚିଓ୍ବିଙ୍ଗଗମ, ଗୁଡ଼, କଷ୍ଟାର୍ଡ ପାଉଡର, ସୁଟକେସ, ପାପଡ, ଘଣ୍ଟା, ପୋଷାକ, ଚମଡ଼ା ସାମଗ୍ରୀ, ଜୋତା, ଓ୍ବାଲନଟ, ସେରାମିକ ସାମଗ୍ରୀ, ଓ୍ବାସବେସିନ, ଏଲଇଡି ଟିଭି, ଚଷମା, ମଦ ଇତ୍ୟାଦି ।

ଆସନ୍ତା ମାସରେ ହେବାକୁ ଥିବା ଜିଏସଟି କାଉନସିଲ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଏହି ୧୪୩ଟି ସାମଗ୍ରୀ ମଧ୍ୟରୁ ୯୨ଟି ସାମଗ୍ରୀକୁ ୧୮ ପ୍ରତିଶତରୁ  ୨୮ ପ୍ରତିଶତ ଜିଏସଟି ସ୍ଲାବକୁ ନିଆଯାଇପାରେ ।

ପାପଡ, ଗୁଡ଼ ଆଦି ଖାଦ୍ୟ ସାମଗ୍ରୀ ଉପରେ ପୂର୍ବରୁ ଶୂନ ପ୍ରତିଶତ ଜିଏସଟି ଲାଗୁଥିବାବେଳେ ସେଗୁଡ଼ିକ ଉପରେ ୫ ପ୍ରତିଶତ ଜିଏସଟି ଲାଗୁପାଇଁ ପ୍ରସ୍ତାବ ରହିଛି । ଓ୍ବାଲନଟ ଉପରେ ଜିଏସଟି ୫ ପ୍ରତିଶତରୁ ୧୨ପ୍ରତିଶତକୁ ଓ କଷ୍ଟାର୍ଡ ପାଉଡର ଉପରେ ଜିଏସଟି ହାର ୫ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରିବାର ପ୍ରସ୍ତାବ ରହିଛି । ଆଉ ଏକ ପ୍ରସ୍ତାବ ଅନୁସାରେ ଜିଏସଟି କାଉନସିଲ ୫ ପ୍ରତିଶତ ଟିକସହାରକୁ ହଟାଇପାରେ ।

ସମ୍ବନ୍ଧିତ ଖବର