ବଜାରରେ ହିରୋ ମୋଟୋକର୍ପର ନୂଆ ପ୍ୟାସନ୍‌ ପ୍ରୋ ଏବଂ ପ୍ୟାସନ୍‌ ଏକ୍ସପ୍ରୋ

ନୂଆଦିଲ୍ଲୀ : ହିରୋ ମୋଟୋ କର୍ପ ପକ୍ଷରୁ ଦୁଇଟି ନୂଆ ବାଇକ୍‌ ପ୍ୟାସନ୍‌ ପ୍ରୋ ଏବଂ ପ୍ୟାସନ୍‌ ପ୍ରୋଏକ୍ସ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ସମ୍ପ୍ରତି କମ୍ପାନୀର ମାର୍କେଟ ଶେୟାର ୫୦ ପ୍ରତିଶତ ଥିବାବେଳେ ଏହି ଦୁଇ ଯାନର ବଜାର ପ୍ରବେଶ ଦ୍ୱାରା କମ୍ପାନୀ ୧୦୦ ରୁ ୧୧୦ସିସି ମୋଟରସାଇକେଲ ବର୍ଗରେ ୭୦ ପ୍ରତିଶତରୁ ଅଧିକ ମାର୍କେଟ ଶେୟାର ହାସଲ କରିବାର ଲକ୍ଷ୍ୟ ରଖିଛି । ହିରୋର ଆଇ-୩ ଏସ୍‌ ଜ୍ଞାନକୌଶଳରେ ନିର୍ମିତ ଏହି ଯାନ ଦୁଇଟିର ଦିଲ୍ଲୀ ଏକ୍ସ୍‌ ଶୋ’ରୁମ୍‌ ମୂଲ୍ୟ ଯଥାକ୍ରମେ ୫୩,୧୮୯ ଟଙ୍କା ଏବଂ ୫୪,୧୮୯ ଟଙ୍କା ରହିଛି।

ପ୍ୟାସନ୍‌ ପ୍ରୋ ବିଏସ୍‌-୪ ଯୋଗ୍ୟତା ପୂରଣ କରୁଛି। ଏହି ଯାନ ୧୧୦ ସିସି ବର୍ଗରେ ଘରୋଇ ବଜାରରେ ହିରୋର ୫୫ ପ୍ରତିଶତ ବଜାର ଅଂଶଧନକୁ ବର୍ଦ୍ଧିତ କରିବାର ଆଶା ରହିଛି। ନୂଆ ପ୍ୟାସନ୍‌ ପ୍ରୋରେ ୧୧୦ ସିସି ଇଂଜିନ୍‌, ୪-ଷ୍ଟ୍ରୋକ୍‌ ସିଙ୍ଗଲ୍‌ ସିଲିଣ୍ଡର, ୭.୦ ପିଏସ୍‌ ପାୱାର ଆଉଟ୍‌ପୁଟ୍‌, ୭୫୦୦ ଆର୍‌ପିଏମ୍‌, ସର୍ବାଧିକ ଟର୍କ ୯.୦ ଏନ୍‌ଏମ୍‌, ୫୫୦୦ ଆର୍‌ପିଏମ୍‌, ଆଇ ୩-ଏସ୍‌ ଜ୍ଞାନକୌଶଳ, ସର୍ବାଧିକ ଘଣ୍ଟାପ୍ରତି ଗତି ୯୪ କିଲୋମିଟର ଆଦି ବୈଶିଷ୍ଟ୍ୟ ରହିଥିବାବେଳେ ଏହାକୁ ଆକର୍ଷଣୀୟ ବଳିଷ୍ଠ ଭାବରେ ନିର୍ମାଣ କରାଯାଇଛି। ଏହା ସ୍ପୋର୍ଟସ୍‌ ରେଡ୍‌, ବ୍ଲାକ୍‌ ମେନୋଟୋନ୍‌, ସିଲଭର ମେଟାଲିକ୍‌, ଗ୍ରେ ମେଟାଲିକ୍‌, ଫ୍ରଷ୍ଟ ବ୍ଲୁ ମେଟାଲିକ୍‌ ଆଦି ୫ ଟି ରଙ୍ଗରେ ଉଭୟ ଡ୍ରମ୍‌ ଏବଂ ଡିସ୍କ ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଛି।

ଅନ୍ୟପକ୍ଷରେ ନୂଆ ପ୍ୟାସନ୍‌ ଏକ୍ସ୍‌ପ୍ରୋ ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ୧୧୦ ସିସି ଇଂଜିନ୍‌, ବିଏସ୍‌-୪ ଯୋଗ୍ୟତା,୪-ଷ୍ଟ୍ରୋକ୍‌ ସିଙ୍ଗଲ୍‌ ସିଲିଣ୍ଡର, ୭.୦ ପିଏସ୍‌ ପାୱାର ଆଉଟ୍‌ପୁଟ୍‌, ୭୫୦୦ ଆର୍‌ପିଏମ୍‌, ସର୍ବାଧିକ ଟର୍କ ୯.୦ ଏନ୍‌ଏମ୍‌, ୫୫୦୦ ଆର୍‌ପିଏମ୍‌, ଆଇ ୩-ଏସ୍‌ ଜ୍ଞାନକୌଶଳ, ସର୍ବାଧିକ ଘଣ୍ଟାପ୍ରତି ଗତି ୯୪ କିଲୋମିଟର ଆଦି ବୈଶିଷ୍ଟ୍ୟ ରହିଛିି । ଏହା ସ୍ପୋର୍ଟସ୍‌ ରେଡ-ବ୍ଲାକ୍‌୍‌, ବ୍ଲାକ-ସ୍ପୋର୍ଟସ୍‌ ରେଡ୍‌, ବ୍ଲାକ୍‌- ଟୋକ୍ନୋବ୍ଲୁ, ବ୍ଲାକ୍‌-ହେଭି ଗ୍ରେ, ଫୋର୍ସ ସିଲଭର-ବ୍ଲାକ୍‌ ଆଦି ୫ଟି ରଙ୍ଗରେ ଉଭୟ ଡ୍ରମ୍‌ ଏବଂ ଡିସ୍କ ଭ୍ୟାରିଆଣ୍ଟରେ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର