ଶସ୍ତା ହେବ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହଋଣ ! କିପରି ଜାଣନ୍ତୁ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ କାଲି ରେପୋହାର ବୃଦ୍ଧି କରାଯିବା ଦ୍ୱାରା ଗୃହ ଓ ଅନ୍ୟାନ୍ୟ ଋଣ ସୁଧହାର ମହଙ୍ଗା ହେବାର ଆଶଙ୍କା ରହିଛି । କିନ୍ତୁ ନିଜର ଏହି ଋଣନୀତି ସମୀକ୍ଷାରେ ରିଜର୍ଭ ବ୍ୟାଙ୍କ ଏପରି ଏକ ଘୋଷଣା କରିଛି ଯାହାକି ମହନଗରୀଗୁଡ଼ିକରେ ଗୃହଋଣ ହାରକୁ ଟିକିଏ ଶସ୍ତା କରିବ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅଗ୍ରାଧିକାର କ୍ଷେତ୍ର ଋଣ ବର୍ଗରେ ଗୃହଋଣ ସୀମାକୁ ୨୮ ଲକ୍ଷ ଟଙ୍କାରୁ ୩୫ ଲକ୍ଷ ଟଙ୍କା କରିପାରିଛି । ଏହା ଫଳରେ ମହାନଗରରେ ୩ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଲେ କମ ସୁଧ ଦେବାକୁ ପଡିବ । ସେହିପରି ଅନ୍ୟ ସହରଗୁଡ଼ିକ ପାଇଁ ଏହି ସୀମାକୁ ୨୦ ଲକ୍ଷରୁ ବୃଦ୍ଧି କରି ୨୫ ଲକ୍ଷ କରାଯାଇଛି । ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ଫଳରେ ସୁଲଭ ଗୃହ କ୍ଷେତ୍ରକୁ ପ୍ରେତ୍ସାହନ ମିଳିବ ବୋଲି ମନେକରାଯାଉଛି ।
ଗତ କାଲି ନିଜର ଋଣନୀତି ସମୀକ୍ଷା ଘୋଷଣା କରି ରିଜର୍ଭ ବ୍ୟାଙ୍କ ରେପୋ ହାର ୦.୨୫ ପ୍ରତିଶତ ବା ୨୫ ବେସିସ ପଏଣ୍ଟ ବୃଦ୍ଧି କରାଯାଇ ୬.୨୫% କରିଥିଲା । ରିଭର୍ସ ରେପୋ ହାର ମଧ୍ୟ ୨୫ ବେସିସ ପଏଣ୍ଟ ବୃଦ୍ଧି କରି ୬ ପ୍ରତିଶତ କରାଯାଇଛି । ବ୍ୟାଙ୍କମାନେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କଠାରୁ ସ୍ପଳ୍ପ ମିଆଦୀ ଋଣ ଆଣନ୍ତି ତାହାକୁ ରେପୋ ହାର ବୋଲି କୁହାଯାଏ । ରେପୋହାର ଅପରିବର୍ତ୍ତିତ ଥିବାରୁ ବ୍ୟାଙ୍କ ଋଣ କିସ୍ତି (ଇଏମଆଇ) ମହଙ୍ଗା ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର