ଏଣିକି ଏହି ଗାଡ଼ି ଚଳାଇଲେ ପୁଲିସ କାଟି ପାରିବ ନାହିଁ ଫାଇନ୍

ନୂଆଦିଲ୍ଲୀ: ବାଇକ କିଣିବାକୁ ବା ଷ୍ଟାଇଲିସ ବାଇକରେ ବୁଲିବାକୁ ସମସ୍ତଙ୍କୁ ବେଶ ଭଲ ଲାଗେ । କିନ୍ତୁ ଅର୍ଥାଭାବରୁ ଲୋକ ବାଇକ କିଣି ପାରୁନାହାନ୍ତି । କହିବାକୁ ଗଲେ ମନରେ ଅନେକ ଇଚ୍ଛା ଥିଲେ ବି ନିଜ ମନପସନ୍ଦର ବାଇକ କିଣିପାରୁନାହାନ୍ତି ଯୁବବର୍ଗ । କିନ୍ତୁ ବର୍ତ୍ତମାନ ସମୟରେ ବଜାରକୁ ଏମିତି ଏକ ବାଇକ ଆସିଛି ଯାହାକୁ ଆପଣ ସମସ୍ତେ କିଣିପାରିବେ ଓ ଅତି ସହଜରେ ଚଢିପାରିବେ । କାରଣ ଏହି ବାଇକରେ ପେଟ୍ରୋଲ ପକାଇବାର ବି ନାହିଁ ଟେନସନ । ଏହାସହ ପଞ୍ଜୀକରଣ କିମ୍ବା ଲାଇସେନ୍ସ ବି କରିବାର ନାହିଁ ଆବଶ୍ୟକତା । ବଜାରକୁ ଏମିତି ଏକ ଇଲେକ୍ଟ୍ରିକ୍ ବାଇକ ଆସିଛି , ଯେଉଁ ଥିରେ ମାତ୍ର ଅଳ୍ପ ଟଙ୍କା ଖର୍ଚ୍ଚ କରି ଅତି ସହଜରେ ସବୁ ଆଡେ ଯାଇପାରିବେ ।
ଏହି ସ୍ୱତନ୍ତ୍ର ବାଇକ ଲଞ୍ଚ କରିଥିବା କମ୍ପାନି ଦାବି କରୁଛନ୍ତି ଯେ, ଆପଣ ମାତ୍ର ୭ ରୁ ୧୦ ଟଙ୍କା ଖର୍ଚ୍ଚ କରି ୧୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବେ ।

ମିଳିଥିବା ସୂଚନା ଅନୁସାରେ, ହାଇଦ୍ରାବାଦସ୍ଥିତ ଇଲେକି୍ଟ୍ରକ୍ ଅଟୋ ମୋବାଇଲ କମ୍ପାନି ଏହି ଗାଡିକୁ ବଜାରରେ ଲଞ୍ଚ କରିଛି । ତେବେ ବାଇକର ନାମ ରଖିଛି ‘ଅଟମ ୱାନ ପଏଂଟ ଜିରୋ’ । ଅନ୍ତର୍ଜାତୀୟ ଅଟୋ ମୋବାଇଲ ଟେକ୍ନୋଲୋଜି କେନ୍ଦ୍ର ଦ୍ୱାରା ଏହି ବାଇକ ସ୍ୱୀକୃତି ପାଇଥିବା ନେଇ ମଧ୍ୟ କଂପାନି ପକ୍ଷରୁ କୁହାଯାଇଛି ।

ତେବେ ବାଇକର ସବୁଠାରୁ ବଡ ଫିଚର ହେଉଛି ଯେ, ଏହାକୁ ଚଳାଇବାକୁ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦରକାର ନାହିଁ । କେବଳ ଏତିକି ନୁହେଁ ବାଇକର ପଞ୍ଜୀକରଣ କରିବାର କୌଣସି ଆବଶ୍ୟକତା ନାହିଁ । ଅର୍ଥାତ ଆପଣ ଏହି ବାଇକ କିଣିଲେ , ଆପଣଙ୍କୁ କେବଳ ଗାଡିର ମୂଲ୍ୟ ଦେବାକୁ ପଡିବ ।

ସମ୍ବନ୍ଧିତ ଖବର