ଶସ୍ତା ହେଲା ଇଣ୍ଡିଗୋ ବିମାନ ଯାତ୍ରା!

ନୂଆଦିଲ୍ଲୀ: ଯେଉଁ ବିମାନ ଯାତ୍ରୀମାନେ ଦୀପାବଳି, ଛଟ ପର୍ବ କିମ୍ବା କୌଣସି କାମରେ  ଘରକୁ ଯିବା ହେଉ ଅବା ବୁଲିବାକୁ ଯୋଜନା କରୁଛନ୍ତି ତେବେ ସେମାନଙ୍କ ପାଇଁ ଖୁସି ଖବର ରହିଛି।

ବର୍ତ୍ତମାନ ବିମାନରେ ଶସ୍ତା ଯାତ୍ରା କରିବାର ସୁଯୋଗ ଯାତ୍ରୀଙ୍କ ପାଇଁ ରହିଛି। ବାସ୍ତବରେ, ଦୀପାବଳିର ଶୁଭ ଅବସରରେ ଶସ୍ତା ଯାତ୍ରା କରିବା ପାଇଁ ଇଣ୍ଡିଗୋ ଏକ ବଡ଼ ଅଫର (ଇଣ୍ଡିଗୋ ଦୀପାବଳି ଅଫର- ୨୦୨୧) ପ୍ରଦାନ କରୁଛି।

ଇଣ୍ଡିଗୋ ଦୀପାବଳି ଅଫର- ୨୦୨୧ ଅଧୀନରେ ଟିକେଟ ବୁକିଂ ଉପରେ ୧୦ପ୍ରତିଶତ ରୁ ୫୦ପ୍ରତିଶତ ବମ୍ପର ରିହାତି ପ୍ରଦାନ କରୁଛି। ଏହା ସହିତ ଇଣ୍ଡିଗୋ ଦ୍ୱାରା ଆହୁରି ଅନେକ ଅଫର ଦିଆଯାଉଛି । ଇଣ୍ଡିଗୋର ଏହି ଅଫରଗୁଡିକ ଉପରେ ନଜର ପକାଇବା ।

ଇଣ୍ଡିଗୋ ଦୀପାବଳି ଅଫର- ୨୦୨୧ର ଏକ ଅଂଶ ଭାବରେ ସଶସ୍ତ୍ର ବାହିନୀଙ୍କୁ ଭଡା ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଛି। ଏଥିସହିତ ଟିକା ନେଇଥିବା ଯାତ୍ରୀମାନଙ୍କୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି। ଅର୍ଥାତ ଯଦି ଆପଣ ଟିକା ନେଇ ସାରିଛନ୍ତି ତେବେ ଶସ୍ତାରେ ବିମାନ ଯାତ୍ରା କରିପାରିବ।  ଏହା ବ୍ୟତୀତ ଏୟାରଲାଇନ୍ସ ବରିଷ୍ଠ ନାଗରିକମାନଙ୍କୁ ଭଡା ଉପରେ ୬ ପ୍ରତିଶତ ରିହାତି ପ୍ରଦାନ କରୁଛି।

ଦୀପାବଳି ଅଫର ଅନୁଯାୟୀ, ଆପଣ ବିଭିନ୍ନ କାର୍ଡରେ ଅଫର ମଧ୍ୟ ପାଇ ପାରିବେ । ଆପଣ ଏଚଏସବିସି କ୍ରେଡିଟ୍ କାର୍ଡରେ ୫ ପ୍ରତିଶତ କ୍ୟାସବ୍ୟାକ୍ ପାଇ ପାରିବେ । ଗ୍ରାହକମାନେ ଇଣ୍ଡିଗୋର ଅଫିସିଆଲ୍ ୱେବସାଇଟ୍ goindigo.in ରେ ଲଗ୍ କରି ସେମାନଙ୍କର ଟିକେଟ ବିମାନ ବୁକ୍ କରିପାରିବେ ।

 

 

ସମ୍ବନ୍ଧିତ ଖବର