କମ୍ପାନିର ଦାବି, ୟୁଟୁବ୍‌କୁ ଟକ୍କର ଦେବ ଏହି ଆପ୍‌ !

ନୂଆଦିଲ୍ଲୀ: ୟୁଟୁବ୍‌କୁ ଟକ୍କର ଦେବା ପାଇଁ ଏକ ନୂଆ ଆପ ଲଞ୍ଚ ହୋଇଛି । ସୋସିଆଲ ସାଇଟ୍‌ ଇନଷ୍ଟାଗ୍ରାମ ମଧ୍ୟ ନିଜର ଭିଡିଓ ଆପ ଆଇଜିଟିଭିକୁ ଲଞ୍ଚ କରିଦେଇଛି । ଏହି ଆପକୁ ସ୍ପେନ୍‌ ଫ୍ରାଂସିକୋଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି । ଇନଷ୍ଟାଗ୍ରାମରେ ମଧ୍ୟ ଏହି ଆପକୁ ଭଲ ପ୍ରତିକ୍ରିୟା ମିଳିଛି।

ସୂଚନାଯୋଗ୍ୟ, କମ୍ପାନି ଏକ ନୂଆ ଆଇଜିଟିଭି ଷ୍ଟାଣ୍ଡାଏଲୋନ ଆପ୍‌ ଘୋଷଣା କରିଛି । ଏହି ଆପ ସ୍ନାପଚାଟ୍‌ ଏବଂ ୟୁଟୁବ୍‌କୁ କଡା ଟକ୍କର ଦେବ । ଯେତେବେଳେ ବ୍ୟବହାରକାରୀ ଏହି ଆପକୁ ଡାଉନଲୋଡ୍‌ କରି ଇନଷ୍ଟଲ କରିବେ ସେତେବେଳେ ଯେଉଁ ଲୋକମାନଙ୍କୁ ଆପଣ ଫଲୋ କରିଛନ୍ତି ସେମାନଙ୍କର ଭର୍ଟିକାଲ ଭିଡିଓଗୁଡିକ ଅଟୋମେଟିକ ପ୍ଲେ ହେବ। ଏହି ଆପଟି ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ରେ ଉପଲବ୍ଧ ହେବ। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଏହି ଆପକୁ ଏପରି ତିଆରି କରାଯାଇଛି, ଯେମିତି ଫୋନରେ ଭିଡିଓକୁ ଅତି ସହଜରେ ଖୋଜା ଯାଇପାରିବ ଏବଂ ପ୍ଲେ ମଧ୍ୟ କରାଯାଇପାରିବ ।

ସମ୍ବନ୍ଧିତ ଖବର