ଜିଓ ଟିଭିରେ ଏବେ ୧୬ଟି ଓଡ଼ିଆ ଚ୍ୟାନେଲ

ଭୁବନେଶ୍ୱର: ଜିଓଟିଭି ଏବେ ଉପଭୋକ୍ତାମାନଙ୍କ  ହାତ ପାହାନ୍ତାରେ ନେଇଆସିଛି ଓଡିଆ ଟିଭି ଚ୍ୟାନେଲର ସର୍ବଶ୍ରେଷ୍ଠ ସମ୍ଭାର । ଜିଓ ଉପଭୋକ୍ତାମାନେ ଏବେ ବିନା ମୂଲ୍ୟରେ ଜିଓଟିଭି ଆପ୍ସରେ ଦେଖିପାରିବେ ୧୬ଟି ଓଡିଆ ଚ୍ୟାନେଲ, ଯାହାମଧ୍ୟରେ ରହିଛି ପ୍ରମୁଖ ନ୍ୟୁଜ, ମନୋରଂଜନ, ଚଳଚ୍ଚିତ୍ର, ମ୍ୟୁଜିକ ଓ ଭକ୍ତି ଟିଭି ଚାନେଲ ସମୂହ ।

ଏବେ ଅଧିକ ଓଡିଆ ଚାନେଲଗୁଡିକ ଜିଓ ଟିଭିରେ ଉପଲବ୍ଧ ହେବା ସହିତ ଓଡିଶାରେ ଜିଓର ୭୫ ଲକ୍ଷରୁ ଅଧିକ ଉପଭୋକ୍ତା ତଥା ଦେଶର କୋଣ ଅନୁକୋଣରେ ରହିଥିବା ଓଡିଆମାନେ ନିଜ ହାତ ପାହାନ୍ତାରେ ବିନା ମୂଲ୍ୟରେ ନିଜ ନିଜର ପସନ୍ଦର ଟିଭି ଚାନେଲ ଓ କାର୍ଯ୍ୟକ୍ରମ ଦେଖିପାରିବେ ।

ଜିଓ ଟିଭିରେ ଉପଲବ୍ଧ ହେଉଥିବା ଓଡିଆ ଚାନେଲଗୁଡିକ ମଧ୍ୟରେ ରହିଛି ଓଟିଭି, ନ୍ୟୁଜ ସେଭେନ, ନୁ୍ୟଜ ୧୮ ଓଡିଆ, ଜି ଓଡିଶା, କଳିଙ୍ଗ ଟିଭି, ନ୍ୟୁଜ ୱାର୍ଲଡ ଓଡିଶା, ଏମବିସି ଟିଭି  ଓ ନକ୍ଷତ୍ର ନ୍ୟୁଜ ଭଳି ସମସ୍ତ ଓଡିଆ ନ୍ୟୁଜ ଚ୍ୟାନେଲ ଏବଂ ଜି ସାର୍ଥକ, କନକ ଟିଭି, ତରଙ୍ଗ, କଲର୍ସ ଓଡିଆ, ଡିଡି ଓଡିଆ ଭଳି ମନୋରଂଜନ ଚାନେଲ । ଏଥି ସହିତ ଓଡିଆ ମ୍ୟୁଜିକ ଚାନେଲ ତରଙ୍ଗ ମ୍ୟୁଜିକ, ଓଡିଆ ଚଳଚ୍ଚିତ୍ର ଚାନେଲ ଅଳଙ୍କାର ଏବଂ ଓଡିଆ ଭକ୍ତି ଆଧାରିତ ଚାନେଲ ପ୍ରାର୍ଥନା ଏବେ ଜିଓ ଟିଭିରେ ଉପଲବ୍ଧ ହେଉଛି ।

ଆଂଚଳିକ ଭାଷାରେ ଖବର ଓ ମନୋରଂଜନ ଉପଲବ୍ଧ ହେବା ଦ୍ୱାରା ଲକ୍ଷ ଲକ୍ଷ ଜିଓ ଫୋନ ଉପଭୋକ୍ତା ବିଶେଷ କରି ଗ୍ରାମୀଣ ଓ ଦୁର୍ଗମ ଅଂଚଳରେ ରହୁଥିବା ଲୋକମାନେ ଉପକୃତ ହୋଇଥାନ୍ତି କାରଣ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଜିଓ ଫୋନ ହିଁ ନିଜର ପ୍ରିୟ ଓଡିଆ ଖବର, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ଆଦି ଦେଖିବାର ଏକମାତ୍ର ଭରସାଯୋଗ୍ୟ ମାଧ୍ୟମ ରହିଛି ।

ସମ୍ବନ୍ଧିତ ଖବର