ଲକ୍ଷ୍ମୀ ମିତ୍ତଲଙ୍କ ପୁଅ ଆର୍ସେଲର ମିତ୍ତଲର ସିଇଓ

ନୂଆଦିଲ୍ଲୀ: ବିଶ୍ବର ପ୍ରମୁଖ ଇସ୍ପାତ କମ୍ପାନି ଆର୍ସେଲର ମିତ୍ତଲର ନୂଆ ଅଧ୍ୟକ୍ଷ ତଥା ସିଇଓ ହେବେ ଆଦିତ୍ୟ ମିତ୍ତଲ। କମ୍ପାନିର ପ୍ରତିଷ୍ଠାତା ତଥା ଆଦିତ୍ୟଙ୍କ ବାପା ଲକ୍ଷ୍ମୀ ନିବାସ ମିତ୍ତଲ ଏବେ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଲକ୍ଷ୍ମୀ ମିତ୍ତଲ କମ୍ପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କମ୍ପାନିର ଦାୟିତ୍ବ ନିର୍ବାହ କରିବେ। ୪୫ ବର୍ଷୀୟ ଆଦିତ୍ୟ ଏବେ କମ୍ପାନିର ମୁଖ୍ୟ ଆର୍ଥିକ ଅଧିକାରୀ ଅଛନ୍ତି। ଏଥିସହିତ କମ୍ପାନିର ୟୁରୋପ ବ୍ୟବସାୟର ନେତୃତ୍ବ ମଧ୍ୟ ନେଉଛନ୍ତି।

ସମ୍ବନ୍ଧିତ ଖବର