ଟାଇଟାନ୍‌ର ନୂଆ କଲେକ୍ସନ

ଭୁବନେଶ୍ୱର: ଟାଇଟାନ୍‌ ଘଣ୍ଟାର ଅଶୋକ ନଗର ସୋରୁମ୍‌ରେ ରାଗାଏସ୍‌ପାନା କଲେକ୍ସନ ଘଣ୍ଟାର ଉନ୍ମୋଚନ କରାଯାଇଛି। ରାଗା ଏସ୍‌ପାନା କଲେକ୍ସନ ହେଉଛି ନୂଆ କଲେକ୍ସନ ଯେଉଁଥିରେ ସ୍ପେନ୍‌ର କଳା, ସ୍ଥାପତ୍ୟ ଓ ସାଂସ୍କୃତିକ ଝଲକ ରହିଛି। ଏହି କଲେକ୍ସନର ଘଣ୍ଟା ଗୁଡ଼ିକୁ ୧୯ଟି ଭିନ୍ନ ଭିନ୍ନ ପ୍ରକାରରେ ସୁଦୃଶ୍ୟ ୮ଟି କେସ୍‌ରେ କରାଯାଇଛି। ନୂଆ କଲେକ୍ସନ ଘଣ୍ଟାର ଉନ୍ମୋଚନ କମ୍ପାନିର ରିଟେଲ ଏକ୍‌ଜିକ୍ୟୁଟିଭ-ଓଡ଼ିଶା ସାଗର ଯାଦବ ଓ ବିଜ୍‌ନେସ୍‌ ଆସୋସିଏଟ୍‌ ଅନିଲ ଗୁପ୍ତାଙ୍କ ଉପସ୍ଥିତିରେ ହୋଇଥିଲା। ଏହି ଘଣ୍ଟା ଗୁଡ଼ିକର ମୂଲ୍ୟ ୫୯୯୫ ଟଙ୍କାରୁ ୧୨୪୯୫ ଟଙ୍କା ମଧ୍ୟରେ ରହିଛି। ଟାଇଟାନ ଷ୍ଟୋର ଗୁଡ଼ିକରେ ଏହା ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର