ଏନ୍ଏସ୍‌ଇ ମାମଲା‌: ଇଡି ଚାର୍ଜସିଟ୍‌ରେ ଚିତ୍ରା, ନାରାୟଣଙ୍କ ନାମ

ନୂଆଦିଲ୍ଲୀ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ୍‌ (ଏନ୍ଏସ୍‌ଇ)ରେ ହୋଇଥିବା ଜାଲିଆତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଏକ୍ସଚେଞ୍ଜ୍‌ର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣ, ଅନ୍ୟତମ ସିଇଓ ରବି ନାରାୟଣ, ଓ ମୁମ୍ବାଇର ପୂର୍ବତନ ପୁଲିସ କମିସନର ସଞ୍ଜୟ ପାଣ୍ଡେଙ୍କ ବିରୋଧରେ ରାଉଜ୍‌ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏନ୍ଏସ୍‌ଇରେ ହୋଇଥିବା କୋ-ଲୋକେସନ ଦୁର୍ନୀତି, କର୍ମଚାରୀଙ୍କ ଫୋନ୍ ଟ୍ୟାପିଂ ଓ ମନି ଲଣ୍ଡରିଂ ନିୟମ ଉଲ୍ଲଂଘନ ଆଦି ଅଭିଯୋଗର ତଦନ୍ତ କରୁଛି ଇଡି। ଏହି ମାମଲାରେ କିଛି ଦିନ ପୂର୍ବେ ଏନ୍ଏସ୍‌ଇର ପୂର୍ବତନ ସିଇଓ ରବି ନାରାୟଣଙ୍କୁ ଇଡି ଗିରଫ କରିଥିଲା। କୋର୍ଟ ତାଙ୍କୁ ଦୁଇ ଦିନିଆ ଇଡି ହାଜତକୁ ପଠାଇଥିଲେ। ଏହା ପୂର୍ବରୁ ଚିତ୍ରା ଓ ସଞ୍ଜୟ ପାଣ୍ଡେଙ୍କୁ ଗିରଫ କରାଯାଇଥିଲା। ଏହି ମାମଲାରେ ସିବିଆଇ ମଧ୍ୟ ତଦନ୍ତ କରୁଛି। ଫୋନ୍‌ ଟ୍ୟାପିଂ ମାମଲାରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ରେ ଚିତ୍ରା, ନାରାୟଣ ଓ ପାଣ୍ଡେଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର