ଗୋଟିଏ ଦିନର ବିରାମ ପରେ ଆଜି ପୁଣି ବଢିଲା ତେଲଦର ; ମାଲକାନଗିରି ପରେ ରାୟଗଡ଼ାରେ ବି ୧୦୦ ଟପିଲା ପେଟ୍ରୋଲ 

ଭୁବନେଶ୍ବର : ମଙ୍ଗଳବାରର ବିରାମ ପରେ ବୁଧବାରଦିନ ପୁଣି ତେଲଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨୬ ପଇସା ଓ ଡିଜେଲ ଲିଟର ପିଛା ୧୩ ପଇସା ବୃଦ୍ଧି ପାଇଛି ।

ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୬.୬୬ ଓ ଡିଜେଲ ଲିଟର ପିଛା ୮୭.୪୧ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୮୨ ଓ ଡିଜେଲ ଲିଟର ପିଛା ୯୪.୮୪ରେ ବିକ୍ରି ହେଉଛି ।

ଅନ୍ୟପକ୍ଷରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୭.୪୨ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୫.୨୫ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି ।  ମାଲକାନଗିରିରେ ପେଟ୍ରୋଲ ଟ.୧୦୨.୪୮ ଓ ଡିଜେଲ ୧୦୦.୧୬ରେ ବିକ୍ରି ହେଉଛି । ରାୟଗଡ଼ାରେ ବି ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି ।

ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ୯୮.୦୧ ଓ ଡିଜେଲ ୯୫.୮୪ ରେ ବିକ୍ରି ହେଉଛି । ବାଲେଶ୍ବରରେ ପେଟ୍ରୋଲ ଟ. ୯୭.୪୧ ଓ ଡିଜେଲ ଟ.୯୫.୨୬ରେ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର