ସଫଳ ହେଲା ରେଳବାଇର ‘ପ୍ଲାନ୍‌ ବି’ ଯୋଜନା: ମହୁମାଛି ଶବ୍ଦ ଶୁଣି ଫେରାର୍‌ ହେଲେ ହାତୀ; କମିଲା ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ରେଳ ଧାରଣା ପାର୍‌ ହେଉଥିବା ବେଳେ ରେଳ ଧକ୍କାରେ ବହୁଳ ସଂଖ୍ୟାରେ ହେଉଥିବା ହାତୀ ମୃତ୍ୟୁ ରୋକିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ କରାଯାଇଥିବା ‘ପ୍ଲାନ୍‌ ବି’ ଯୋଜନା ସଫଳ ହୋଇଛି।

ଧାରଣା ପାର୍‌ ହେବା ବେଳେ ପୂର୍ବରୁ ଅନେକ ସଂଖ୍ୟକ ହାତୀ ଉପରେ ଟ୍ରେନ୍‌ ଚଢ଼ିଯିବାରୁ ହାତୀମାନଙ୍କର ମୃତ୍ୟୁ ଘଟୁଥିଲା। ଗତବର୍ଷ ନର୍ଥେଷ୍ଟ୍‍ ଫର୍‌ନିଟର୍‌ ରେଲ୍‌େଓ୍ଵ(ଏନ୍‌ଏଫ୍‌ଆର୍‌) ‘ପ୍ଲାନ୍‌ ବି’ ଯୋଜନାର ଅୟମାରମ୍ଭ କରିଥିଲା।

ଏହି ଯୋଜନା ମୁତାବକ ୨୦୦୦ ଟଙ୍କାର ଏକ ଡିଭାଇସ୍‌ ପ୍ରଥମେ ଗୌହ୍ଵାଟୀ ରେଳ ଷ୍ଟେସନ୍‌ର ଲେବଲ୍‌ କ୍ରସିଂଠାରେ ଲଗାଯାଇଥିଲା। ଡିଭାଇସ୍‌ଟିରୁ ମହୁମାଛି ଗୁଣୁଗୁଣୁ ହେବା ପରି ଶବ୍ଦ ହେଉଥିବାରୁ ହାତୀମାନେ ଭୟରେ ଆଉ ପୂର୍ବ ପରି ଆସିଲେ ନାହିଁ।

ରେଳ ମନ୍ତ୍ରୀ ପିୟୂଷ ଗୋଏଲ୍‌ ଏକ ଭିଡିଓ ସେୟାର୍‌ କରିଛନ୍ତି। ସେହି ଭିଡିଓଟିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ଡିଭାଇସ୍‌ରୁ ମହୁମାଛି ଶବ୍ଦ ବାହାରୁଛି। ଯାହାକି ହାତୀମାନଙ୍କର ପ୍ରାକୃତିକ ଶତ୍ରୁ ବୋଲି ଆପଣ ଜାଣିଥିବେ ନିଶ୍ଚୟ। ଏହି ଶବ୍ଦ ୬୦୦ ମିଟର୍‌ ଦୂର ପର୍ଯ୍ୟନ୍ତ ଶୁଭାଯାଉଛି।

ଏହି ଡିଭାଇସେ୍‌ ଦେଶର ବିଭିନ୍ନ ରେଳ କ୍ରସିଂରେ ଲାଗିବା ପରେ ଏବେ ହାତୀ ମୃତ୍ୟୁ ସଂଖ୍ୟାା ଆଶାତୀତ କମ୍‌ ହୋଇଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର