ଗୋଟିଏ ଦିନରେ ପେଟ୍ରୋଲ ୪୮ ପଇସା, ଡିଜେଲ ୫୨-୫୫ ପଇସା ବଢିଲା, ଗତ ୧୦ ଦିନ ମଧ୍ୟରେ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ: ଆମ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ନୂଆ ନୂଆ ରେକର୍ଡ ଉଚ୍ଚତାରେ ପହଞ୍ଚିବାରେ ଲାଗିଛି । ଗୋଟିଏ ପଟେ ଡଲାର ତୁଳନାରେ ଟଙ୍କା ଦୂର୍ବଳ ହେବା ଓ ସେପଟେ ଅଶୋଧିତ ତେଲଦର ବଢିବା ଫଳରେ ଦେଶରେ ତେଲଦର ବଢିଚାଲିଛି । ଆଜି ମଧ୍ୟ ରାଷ୍ଟ୍ରାୟତ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୫୨ରୁ ୫୫ ପଇସା ଓ ଡିଜେଲ ୪୮ ପଇସା ବଢାଇଛନ୍ତି । ଏହା ଗତ ୧୦ ଦିନ ମଧ୍ୟରେ ତେଲଦରରେ ସର୍ବାଧିକ ଦର ବୃଦ୍ଧି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୭୯.୯୯ ଓ ଡିଜେଲ ଦର ଟ.୭୨.୦୭ କୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଟ.୮୭.୩୯ଓ ଡିଜେଲ ଦର ଟ.୭୬.୫୧ କୁ ବୃଦ୍ଧି ପାଇଛି । ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଯ଼ଥାକ୍ରମେ ଟ.୭୮.୮୫ ଓ ଟ.୭୭.୩୩କୁ ବୃଦ୍ଧି ପାଇଛି । ସରକାରଙ୍କ ତେଲ ଆମଦାନୀ ଖର୍ଚ୍ଚ ବଢିବା ଯୋଗୁଁ ଚଳନ୍ତି ଖାତା ନିଅଣ୍ଟ ବଢିବାର ଆଶଙ୍କା ଦେଖାଦେଇଛି । ଗତ ଅଗଷ୍ଟ ୧୬ ତାରିଖରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାମୂଲ୍ୟ ହ୍ରାସ ପାଇ ୭୧ ତଳକୁ ଖସିଯ଼ିବା ଫଳରେ ଭାରତର ତେଲ ଆମଦାନୀ ବ୍ୟୟ ବଢିଚାଲିଛିା ତେଲଦର ବୃଦ୍ଧି ଯ଼ୋଗୁଁ ଦେଶରେ ଜନ ଅସନ୍ତୋଷ ବଢିଚାଲିଥିବା ସତ୍ତ୍ବେ ସରକାର ତେଲ ଉପରୁ ଆଦାୟ କରୁଥିବା ଉତ୍ପାଦ ଶୁଳକ ହ୍ରାସ କରିବାକୁ ମନା କରିଦେଇଛନ୍ତି ।

ସମ୍ବନ୍ଧିତ ଖବର