ଅଗଷ୍ଟ ମଧ୍ୟ ଭାଗ ପର୍ଯ୍ୟନ୍ତ ନିୟମିତ ଟ୍ରେନ୍‌ ଚଳାଚଳ ସମ୍ଭବ ନ ହୋଇ ପାରେ; ବୁକିଙ୍ଗ୍ ଟିକେଟ୍ ଅର୍ଥ ଫେରାଇ ଦେବ ରେଳବାଇ

ନୂଆଦିଲ୍ଲୀ: ସମସ୍ତ ନିୟମିତ ଟାଇମ୍‌-ଟେବଲ୍‌ ଟ୍ରେନ୍‌ ପାଇଁ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ବୁକ୍‌ ହୋଇଥିବା ସମସ୍ତ ଟିକେଟର୍ ପୂରା ବୁକିଙ୍ଗ୍‌ ମୂଲ୍ୟ ଫେରାଇ ଦେବାକୁ ରେଳବାଇ କହିଥିବାରୁ ଅନ୍ୟୂନ ଅଗଷ୍ଟ ମଧ୍ୟ ଭାଗ ପୂର୍ବରୁ ନିୟମିତ ଯାତ୍ରୀବାହୀ ଟ୍ରେନ୍‌ ସେବା ଆରମ୍ଭ ହେବାର ସମ୍ଭାବନା ନାହିଁ ବୋଲି ଜଣାପଡୁଛି।

ଏପ୍ରିଲ୍ ୧୪ ତାରିଖ ଦିନ କିଂବା ପୂର୍ବରୁ ବୁକ୍‌ ହୋଇଥିବା ସମସ୍ତ ଟିକେଟ୍ ରଦ୍ଦ କରି ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରିବା ନିଷ୍ପତ୍ତିକୁ ଏକ ସର୍କ୍ୟୁଲାର୍‌ ଯୋଗେ ସମସ୍ତ ଜୋନ୍‌କୁ ସୋମବାର ଦିନ ରେଳ ମନ୍ତ୍ରାଳୟ ଜଣାଇ ଦେଇଛି।

Image Courtesy of AP7AM

ସମ୍ପ୍ରତି ଦେଶରେ କେବଳ ୨୩୦ଟି ମେଲ୍ ଓ ଏକ୍ସ୍‌ପ୍ରେସ୍ ଟେନ୍ ‘ସ୍ପେସାଲ୍‌ ଟ୍ରେନ୍’ ଭାବେ ଚଳାଚଳ କରୁଛି। ଚାହିଦା ପୂରଣ ନିମନ୍ତେ ଅଧିକ ଟ୍ରେନ୍ ଚଳାଚଳ ଆରମ୍ଭ କରାଯିବ ବୋଲି ରେଳ ମନ୍ତ୍ରାଳୟ ବାରମ୍ବାର କହୁଛି, କିନ୍ତୁ ସେଗୁଡ଼ିକ ମଧ୍ୟ ‘ସ୍ପେସାଲ୍ ଟ୍ରେନ୍’ ଭାବେ ଚଳାଚଳ କରିବ ବୋଲି ବ‌ିଶେଷସୂତ୍ରରୁ ପ୍ରକାଶ।

Image Courtesy of News18

୧୨୦ ଦିନ ପାଇଁ ଟିକେଟ୍ ବୁକିଙ୍ଗ୍ କରିବାକୁ ରେଳବାଇ ଅନୁମତି ଦେଇଥିଲା। ସାମ୍ପ୍ରତିକ ନିୟମ ଅନୁସାରେ, ଯଦି ରେଳବାଇ ଟ୍ରେନ୍ ବାତିଲ କରେ ପୂର୍ଣ୍ଣ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୁଏ। ଏଥିରେ ଯାତ୍ରୀମାନେ ଟିକେଟ୍ କ୍ୟାନ୍‌ସଲ୍ କରିବା ଅନାବଶ୍ୟକ।

ସୋମବାର ଦିନ ରେଳବାଇ ମନ୍ତ୍ରାଳୟର ଅଧିକାରୀମାନେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଚଳାଚଳ କରୁଥିବା ‌ସ୍ବତନ୍ତ୍ର ରେଳରେ ଯାତ୍ରୀସଂଖ୍ୟା ୭୦%ରେ ପହଞ୍ଚିଲାଣି। ସମ୍ପୂର୍ଣ୍ଣ ରିଜର୍ଭ ସର୍ଭିସ୍‌ରେ ଏହି ସବୁ ସ୍ବତନ୍ତ୍ର ରେଳ ଯାତାୟାତ କରୁଛି।

ସମ୍ବନ୍ଧିତ ଖବର