କର୍ମଚାରୀଙ୍କୁ ଅଗ୍ରିମ ବେତନ ନେବା ସୁବିଧା ଦେଲା ରାଜସ୍ଥାନ

ନୂଆଦିଲ୍ଲୀ: ଦେଶର ପ୍ରଥମ ରାଜ୍ୟଭାବେ ରାଜସ୍ଥାନ ଏହାର କର୍ମଚାରୀମାନଙ୍କୁ ଅଗ୍ରିମ ଦରମା ନେବାର ସୁବିଧା ପ୍ରଦାନ କରିଛି। ଏଥିପାଇଁ ରାଜ୍ୟ ସରକାର ୟର୍ଣ୍ଣଡ ସାଲାରି ଆଡଭାନ୍ସ ଡ୍ରୟାଲ ସ୍କିମ୍ କାର୍ଯ୍ୟକାରୀ କରିଛନ୍ତି। ଜୁନ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଇଣ୍ଟିଗ୍ରେଟେଡ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏଫଏମଏସ) ୩.୦ ଜରିଆରେ ଏହା କାର୍ଯ୍ୟକ୍ଷମ ହେବ। କର୍ମଚାରୀମାନେ ମାସକରେ ଏକାଧିକ ଥର ଅଗ୍ରିମ ନେଇପାରିବେ। କିନ୍ତୁ ସେହି ଅଗ୍ରିମ ରାଶି ସେମାନଙ୍କର ମାସିକ ନିଟ୍‌ ବେତନର ୫୦ ପ୍ରତିଶତରୁ ଅଧିକ ହେବନାହିଁ। ମାସର ୨୧ ତାରିଖ ପୂର୍ବରୁ କର୍ମଚାରୀ ଅଗ୍ରିମ ବେତନ ଆକାରରେ ନେଇଥିବା ରାଶିକୁ ସେମାନଙ୍କ ମାସିକ ବେତନ ପ୍ରଦାନ ସମୟରେ କାଟି ଦିଆଯିବ। ଏ ବାବଦରେ କର୍ମଚାରୀମାନଙ୍କୁ କୌଣସି ସୁଧ ଦେବାକୁ ହେବନାହିଁ। କେବଳ ଆର୍ଥିକ ପ୍ରଦାନକାରୀ ସଂସ୍ଥାର କାରବାର ଫି ଦେବାକୁ ହେବ।

ସମ୍ବନ୍ଧିତ ଖବର