ଗୋଟିଏ ଫୋନ ୬ଟି କ୍ୟାମେରା, ଖୁବ ଶୀଘ୍ର ବଜାରରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ସ୍ମାର୍ଟଫୋନ କମ୍ପାନୀଙ୍କ ମଧ୍ୟରେ ଏବେ ଜୋରଦାର ପ୍ରତିଯୋଗିତା ଲାଗିରହିଛି | ନୂଆ ନୂଆ ବୈଶିଷ୍ଟ୍ୟ ସାଙ୍ଗକୁ ଅଧିକ ଫିଚର ସହ କମ୍ପାନୀମାନେ ଫୋନ ଲଞ୍ଚ କରୁଛନ୍ତି | ଯଦି କେଉଁ ବୈଶିଷ୍ଟ୍ୟକୁ ନେଇ ଏବେ ଅଧିକ ପ୍ରତିଯୋଗିତା ଚାଲିଛି ତାହା ହେଉଛି ସଂଖ୍ୟାଧିକ କ୍ୟାମେରା | ଏବେ ସର୍ବାଧିକ ୫ଟି କ୍ୟାମେରା ଯୁକ୍ତ ସ୍ମାର୍ଟଫୋନ ମାର୍କେଟରେ ଉପଲବ୍ଧ ହେଉଛି |

ତେବେ ଏହି ପ୍ରତିଯୋଗିତା ମଧ୍ୟରେ ସୋନି ଏଭଳି ଏକ ଫୋନ ଲଞ୍ଚ କରିବାକୁ ଯାଉଛି | ଯେଉଁଥିରେ ୨.୪, ବା ୫ଟି କ୍ୟାମେରା ନାହିଁ ବରଂ ୬ଟି କ୍ୟାମେରା ରହିଛି | ଏହି ଫୋନ ରେ ସ୍ନାପଡ୍ରଗନ ୮୫୫ ବା ମିଡ଼ିଆଟେକ ୫ଜି ପ୍ରୋସେସର ଦିଆଯିବା ନେଇ ଚର୍ଚ୍ଚା ହେଉଛି |

ଏଠାରେ ସୂଚନା ଥାଉ କି କିଛି ଦିନ ତଳେ ଲଞ୍ଚ ହୋଇଥିବା ସାମସଙ୍ଗ ଗ୍ୟାଲେକ୍ସି ଏସ-୧୦+ରେ ତିନିଟି ରିୟର କ୍ୟାମେରା ଉପଲବ୍ଧ ଅଛି | ସେହିପରି ଅନର ୨୦ରେ ୪ଟି ରିୟାର କ୍ୟାମେରା ଦିଆଯାଇଛି | ନୋକିଆ ୯ ମଡେଲରେ ସର୍ବାଧିକ ୫ଟି କ୍ୟାମେରା ରହିଛି |

ସମ୍ବନ୍ଧିତ ଖବର