ଆଇପିଏଲ୍ ପ୍ରେମୀଙ୍କ ପାଇଁ ଜିଓର ଦୁଇଟି ନୂଆ ପ୍ଲାନ୍

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ୍ ଅପରେଟର ଜିଓ ପକ୍ଷରୁ ଆଇପିଏଲ୍ ପ୍ରେମୀଙ୍କ ପାଇଁ ଉତ୍ସର୍ଗୀକୃତ ଦୁଇଟି ନୂଆ ପ୍ଲାନ୍ ଘୋଷଣା କରାଯାଛି । ଡିଜ୍‌ନି+ହଟ୍‌ଷ୍ଟାର୍ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍ ସହିତ ଦୁଇଟି ନୂଆ ମୋବାଇଲ୍ ପ୍ଲାନର ଶୁଭାରମ୍ଭ କରାଯାଇଛି, ୫୫-ଦିନିଆ ବୈଧତା ସହିତ ୫୫୫ ଟଙ୍କିଆ ଜିଓ କ୍ରିକେଟ୍ ଡାଟା ଆଡ୍‌-ଅନ୍ ପ୍ଲାନ୍ ଓ ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍ ।

ନୂଆ ୫୫୫ ଟଙ୍କିଆ ଜିଓ କ୍ରିକେଟ୍ ଆଡ୍‌-ଅନ୍ ପ୍ୟାକ୍‌ରେ ବ୍ୟବହାରକାରୀମାନେ ଅସୀମିତ ଭଏସ୍‌, ୫୫ ଜିବିର ଅସୀମିତ ଡାଟା ସହିତ ଏକ ବର୍ଷର ଡିଜ୍‌ନି+ହଟ୍‌ଷ୍ଟାର୍ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍ ପାଇପାରିବେ । ବ୍ୟବହାରକାରୀମାନେ ସମସ୍ତ ଜିଓ ଆପ୍‌ର ମାଗଣା ବ୍ୟବହାର ସୁବିଧା ମଧ୍ୟ ପାଇପାରିବେ ।

ଅନ୍ୟ ନୂଆ ପ୍ଲାନଟି ହେଉଛି ୨୯୯୯ ଟଙ୍କିଆ ବାର୍ଷିକ ପ୍ଲାନ୍ ଯେଉଁଥିରେ ବ୍ୟବହାରକାରୀମାନେ ଦୈନିକ ୨.୫ ଜିବି ଡାଟା ସହିତ ଅସୀମିତ ଭଏସ୍ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ପାଇପାରିବେ । ୩୬୫ ଦିନର ବୈଧତା ସହିତ ଏଥିରେ ଜିଓ ଆପ୍ ଓ ଡିଜ୍‌ନି+ହଟ୍‌ଷ୍ଟାର ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍ ୧ ବର୍ଷ ପାଇଁ ମାଗଣାରେ ମିଳିବ । ଡିଜ୍‌ନି+ହଟ୍‌ଷ୍ଟାର୍ ସହ ସହଯୋଗିତାରେ ଜିଓ ପକ୍ଷରୁ ବହୁ ସୁଲଭ ପ୍ରିପେଡ୍ ପ୍ଲାନର ଶୁଭାରମ୍ଭ କରାଯାଇଛି । ଏହି ପ୍ଳାନ୍ ନେଇଥିବା ବ୍ୟବହାରକାରୀମାନେ ମୋବାଇଲ୍‌, ଟିଭି ଓ ଅନ୍ୟାନ୍ୟ ଡିଭାଇସ୍‌ରେ ମ୍ୟାଚ୍‌ଗୁଡ଼ିକର ସିଧାସଳଖ ପ୍ରସାରଣ ଦେଖିପାରିବେ ।

ଡିଜ୍‌ନି+ହଟଷ୍ଟାର୍ ମୋବାଇଲ୍ ପ୍ଲାନ୍‌ରେ ବିନା କୌଣସି ଅତିରିକ୍ତ ଖର୍ଚରେ ଡିଜନି+ହଟ୍‌ଷ୍ଟାର୍ ମୋବାଇଲ୍ ସବ୍‌ସ୍କିପ୍‌ସନ୍ ଯୋଡ଼ି ହୋଇରହିଛି । ଡିଜ୍‌ନି+ହଟଷ୍ଟାର୍ ପ୍ରିମିୟମ୍ ସବ୍‌ସ୍କ୍ରିପ୍‌ସନ୍ ସହିତ ମଧ୍ୟ କିଛି ନିର୍ଦିଷ୍ଟ ପ୍ଲାନ୍ ଉପଲବ୍ଧ ରହିଛି । ବଡ଼ ପରଦାରେ ଆଇପିଏଲ୍ ମାଚ୍‌ର ସିଧା ପ୍ରସାରଣ ଦେଖିବାକୁ ପସନ୍ଦ କରୁଥିବା ଜିଓ ମୋବାଇଲ୍ ବ୍ୟବହାରକାରୀମାନଙ୍କ ପାଇଁ ୧୪୯୯ ଟଙ୍କା ଓ ୪,୧୯୯ ଟଙ୍କିଆ ପ୍ଲାନ୍ ସହ ମାଗଣାରେ ଡିଜ୍‌ନି+ହଟଷ୍ଟାର୍ ପ୍ରିମିୟମ୍ ସବ୍‌ସ୍କ୍ରିପ୍‌ସନ୍‌କୁ ନେଇ ଜିଓ ପକ୍ଷରୁ ପ୍ଲାନ୍ ଘୋଷଣା କରାଯାଇଛି ।

୯୯୯ ଟଙ୍କିଆ ଓ ତା’ଠାରୁ ବଡ଼ ପ୍ଲାନ୍ ନେଇଥିବା ଜିଓ ଫାଇବର୍ ବ୍ୟବହାରକାରୀମାନେ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଡିଜ୍‌ନି+ହଟ୍‌ଷ୍ଟାର୍ ଆପ୍ ଜରିଆରେ ସେମାନଙ୍କ ଟିଭି ସ୍କ୍ରିନ୍‌ରେ ସମସ୍ତ ମ୍ୟାଚ୍ ଦେଖିପାରିବେ ।

ଶନିବାରଠାରୁ କ୍ରିକେଟ୍ ଋତୁ ଆରମ୍ଭ ହେଉଥିବା ବେଳେ ଜିଓ ହେଉଛି ଏକମାତ୍ର ବ୍ରାଣ୍ଡ୍ ଯାହା ଦୁଇଟି ନୂଆ ଟିମ୍‌-ଅହମ୍ମଦାବାଦ ଓ ଲକ୍ଷ୍ନୌ ସହିତ ସମସ୍ତ ଦଶ ଟିମ୍ ସହିତ ସହଯୋଗିତା ସ୍ଥାପନ କରିଛି । ଆଇପିଏଲ୍‌ର ୨୦୨୨ ସଂସ୍କରଣ ନୂତନ ଅବତାରରେ ପ୍ରତ୍ୟାବର୍ତନ କରିଛି ଯେଉଁଥିରେ ଏବେ ୧୦ଟି ଟିମ୍ ରହିଛନ୍ତି । ଜିଓ ଏହି ଖେଳ ସହିତ ନିବିଡ଼ ଭାବେ ଜଡ଼ିତ ରହିଛି। ଶୁଭାରମ୍ଭ ହେବା ପରଠାରୁ ଜିଓ ଏହାର ସମସ୍ତ ବ୍ୟବହାରକାରୀଙ୍କୁ ଅଭୂତପୂର୍ବ ମୂଲ୍ୟ ଓ ମନୋରଂଜନ ପ୍ରଦାନ କରିବା ଲାଗି ସମସ୍ତ ଆଇପିଏଲ୍ ଟିମ୍‌ର ଅଫିସିଆଲ୍ ପାର୍ଟନର ହୋଇରହିଛି ।

ଆଇପିଏଲ୍ ପ୍ରେମୀଙ୍କ ପାଇଁ ଜିଓର ଇଟଂରଆକ୍ଟିଭ୍ ଗେମ୍‌, ଜିଓ କ୍ରିକେଟ ପ୍ଲେ ଏଲଙ୍ଗ (ଜେସିପିଏ) ଆଇପିଏଲ୍ ୨୦୨୨ ପାଇଁ ଏହାର ଅଂଶଗ୍ରହଣକାରୀମାନଙ୍କ ନିମନ୍ତେ ବର୍ଦ୍ଧିତ ଓ ଉନ୍ନତ ରିୱାର୍ଡ ସହିତ ପ୍ରତ୍ୟାବର୍ତନ କରିଛି । ସମସ୍ତଙ୍କ ପାଇଁ ମାଗଣା ରହିଥିବା ଏକ ଗେମ୍ ଯେଉଁଥିରେ କ୍ରିକେଟ୍ ପ୍ରେମୀମାନେ ଗେମ୍‌ର ସ୍ୱତନ୍ତ୍ର ଚାଟ୍ ବାର୍‌ରେ ରହିଥିବା ଇମୋଜି ଷ୍ଟିକରଗୁଡ଼ିକ ଜରିଆରେ ନିଜର ଆବେଗ ପରିପ୍ରକାଶ କରିପାରିବେ। ତଥ୍ୟ (ଟ୍ରିଭିଆ) ପ୍ରେମୀମାନଙ୍କ ପାଇଁ କ୍ରିକେଟ୍ ଭିତ୍ତିକ ପଜଲ୍‌ର ସୁବିଧା ରହିଛି ।

ସମ୍ବନ୍ଧିତ ଖବର