ଭୁବନେଶ୍ୱର: ଭିଭୋ ପକ୍ଷରୁ ଓଡ଼ିଶା ବଜାରରେ ଏହାର ଫ୍ଲାଗ୍ସିପ୍ ମଡେଲ୍ ଭି୧୧ ପ୍ରୋକୁ ଉନ୍ମୋଚନ କରାଯାଇଛି। ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂପାନିର ମହାପ୍ରବନ୍ଧକ ଲୁସିଏନ୍ ଝାଙ୍ଗ୍ ଓ ସହକାରୀ ମହାପ୍ରବନ୍ଧକ ବେଞ୍ଜାମିନ୍ ପେଙ୍ଗ ଏହାକୁୁ ଉନ୍ମୋଚନ କରିଛନ୍ତି। ଭିଭୋ ଭି୧୧ ପ୍ରୋରେ ଇନ୍ ଡିସ୍ପ୍ଲେ ଫିଙ୍ଗର୍ପ୍ରିଣ୍ଟ୍ ସ୍କାନିଂ ବ୍ୟବସ୍ଥା ରହିଛି। ୨୫-୨୬ ହଜାର ଟଙ୍କା ମୂଲ୍ୟରେ ଉପଲବ୍ଧ ହେଉଥିବା ପ୍ରଥମ ମୋବାଇଲ୍ ଫୋନ୍ ଭାବେ ଭି୧୧ ପ୍ରୋରେ ଏହି ପ୍ରଯୁକ୍ତିକୁ ବ୍ୟବହାର କରାଯାଇଛି। ଏଥିରେ ଫେସ୍ ଆସେସ୍, ଇନଫ୍ରା ରେଡ୍ ଲାଇଟ୍, ଡୁଆଲ୍ ସେନ୍ସର୍ ସହିତ ୧୨ ଏମ୍ପି ଓ ୫ ଏମ୍ପିର ପଛ କ୍ୟାମେରା ଓ ସାମ୍ନାରେ ୨୫ ଏମ୍ପି କ୍ୟାମେରା ରହିଛି। ଭି୧୧ ପ୍ରୋ ୬ ଜିବି ରାମ୍ ଓ ୬୪ ଜିବି ରମ୍ରେ ଉପଲବ୍ଧ ହେଉଛି। ଏଥିରେ କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ ୬୬୦ ଏଆଇଇ ପ୍ରେସେସର୍ ବ୍ୟବହାର କରାଯାଇଛି। ଏହା ଷ୍ଟାରି ନାଇଟ୍ ଓ ଡାଜ୍ଲିଂ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେବ। ଉଲ୍ଲେଖଯୋଗ୍ୟ, ଭିଭୋର ଫୋନ୍ଗୁଡ଼ିକ ନୋଏଡାରେ ଥିବା କାରଖାନାରେ ଉତ୍ପାଦନ କରାଯାଉଛି। ଖୁବ୍ଶୀଘ୍ର ଦେଶରେ ଏକ ନୂଆ କାରଖାନା ସ୍ଥାପନ କରିବାକୁ ଭିଭୋର ଯୋଜନା ରହିଛି। ତେବେ ଏହି କାରଖାନା କେଉଁଠାରେ ସ୍ଥାପନ କରାଯିବ ସେହି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ।