ବିଦେଶଯାତ୍ରୀଙ୍କ ପାଇଁ ଭୋଡ଼ାଫୋନ ଆଣିଛି ଏହି ଆକର୍ଷଣୀୟ ଅଫର

ମୁମ୍ବାଇ : ଅନ୍ତର୍ଜାତୀୟ ଗମନାଗମନକୁ ଅଧିକ ଆନନ୍ଦଦାୟକ କରିବା ଉଦ୍ଦେଶ୍ୟରେ ଭିସା ସହଯୋଗରେ ଭୋଡ଼ାଫୋନ ଆରମ୍ଭ କରିଛି ଭୋଡ଼ାଫୋନ ଆଇ-ରୋମଫ୍ରି ଯୋଜନା । ସାଧାରଣତଃ ବିଦେଶ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ଚିନ୍ତା ବଢ଼ିଥାଏ । ବିମାନ ଟିକେଟ କରିବା, ହୋଟେଲ ସ୍ଥିର କରିବା ଓ ବୈଦେଶିକ ମୁଦ୍ରା ଯୋଗାଡ଼ କରିବା ଯାତ୍ରୀଙ୍କ ପାଇଁ ଚି‘ାର କାରଣ ହୋଇଥାଏ । ଏହି ଯୋଜନାରେ ଅନ୍ୟ ଏକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ତାହା ହେଲା ଅନ୍ତର୍ଜାତିକ ରୋମିଂ । ବିଦେଶ ଯାତ୍ରା ସମୟରେ ଚିନ୍ତାମୁକ୍ତ ଟେଲିଫୋନ ବ୍ୟବହାର ପାଇଁ ଭୋଡ଼ାଫୋନ ଭିସା ସହଯୋଗରେ ନୂଆ ଯୋଜନା ଆରମ୍ଭ କରିଛି । ଯେଉଁ ଭୋଡ଼ାଫୋନ ପୋଷ୍ଟପେଡ଼ ଗ୍ରାହକ ଭିସା ଟ୍ରାଭେଲ ପ୍ରିପେଡ଼ କାର୍ଡ଼ ବ୍ୟବହାର କରୁଥିବେ ସେମାନେ ୧୦ ଦିନିଆ ଓ ୨୮ ଦିନିଆ ଭୋଡ଼ାଫୋନ ଆଇ-ରୋମଫ୍ରି ପ୍ୟାକ୍‌ରେ ୫୦୦ରୁ ୭୫୦ ଟଙ୍କା ପଯ୍ୟନ୍ତ ରିହାତି ପାଇପାରିବେ । ୨୮ ଦିନିଆ ଭୋଡ଼ାଫୋନ ଆଇ-ରୋମଫ୍ରି ପ୍ୟାକ୍‌ର ମୂଲ୍ୟ ୫୦୦୦ ଟଙ୍କା ରହିଛି । ୬୫ ଟି ରାଷ୍ଟ୍ରରେ ଏହା କାର୍ଯ୍ୟକାରୀ ହୋଇପାରିବ । ଏଥିରେ ୭୫୦ ଟଙ୍କା ରିହାତି ରହିଛି । ୧୦ ଦିନିଆ ଭୋଡ଼ାଫୋନ ଆଇ-ରୋମଫ୍ରି ପ୍ୟାକ୍‌ର ମୂଲ୍ୟ ୩୫୦୦ ଟଙ୍କା ରହିଛି । ଏଥିରେ ୫୦୦ ଟଙ୍କା ରିହାତି ରହିଛି । ଏହି ପରିପ୍ରେକ୍ଷୀରେ ଭୋଡ଼ାଫୋନ ଗ୍ରାହକ ବ୍ୟବସାୟ ସହଯୋଗୀ ନିର୍ଦ୍ଦେଶକ ଅଭନୀଶ ଖୋସଲା କହିଛନ୍ତି ଯେ, ଏହି ଯୋଜନା ଦ୍ୱାରା ବିଦେଶ ଗସ୍ତ ସମୟରେ ଗ୍ରାହକ ଯୋଗାଯୋଗ ଚିନ୍ତା ମୁକ୍ତି ପାଇପାରିବେ । ଏହାଦ୍ୱାରା ଗ୍ରାହକ ସେମାନଙ୍କ ଅର୍ଥର ଉଚିତ୍‌ ମୂଲ୍ୟ ପାଇପାରିବେ ।

ସମ୍ବନ୍ଧିତ ଖବର