ନୂଆଦିଲ୍ଲୀ: ଏସି କମ୍ପାନି ଭୋଲ୍ଟାସ୍ ପକ୍ଷରୁ ଡିସି ଇନଭର୍ଟର ପ୍ରଯୁକ୍ତି ଥିବା ଭାରତର ପ୍ରଥମ ୱିଣ୍ଡୋ ଏସିକୁ ଲଞ୍ଚ୍ କରାଯାଇଛି । ଏହା ଏକ ସ୍ୱତନ୍ତ୍ର କୁଲ୍ ଇନଭର୍ଟର କମ୍ପ୍ରେସର ଜରିଆରେ କାମ କରୁଛି, ଯାହା ହେଉଛି ଏକ ବିବିଧ ବେଗର କମ୍ପ୍ରେସର, ତାହା ନିୟମିତ ଶୀତଳତା ଏବଂ ସଂଚୟ ପ୍ରଦାନ କରୁଛି । ଏହି ଉନ୍ମୋଚନ ସହିତ ଭୋଲ୍ଟାସ୍ ପକ୍ଷରୁ ଭାରତୀୟ ବଜାରରେ ସଦ୍ୟତମ ପ୍ରଯୁକ୍ତି ଆଣିବା ଜାରି ରଖିବାର ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି ।
ଏହି ପ୍ରଥମ ଧରଣର ୱିଣ୍ଡୋ ଇନଭର୍ଟର ଏସିରେ ଅନ୍ୟାନ୍ୟ ବୈଶିଷ୍ଟ୍ୟ ମଧ୍ୟ ରହିଛି ଯଥା ୫୨ ଡିଗ୍ରି ସେଲ୍ସିଅସ୍ ପର୍ଯ୍ୟନ୍ତ ଉଚ୍ଚ ମିଶ୍ରଣର ଶୀତଳତା ଏବଂ ‘ଦୁଇ ସ୍ତରର ବିଶୋଧନ’ ଯାହା ସ୍ୱଚ୍ଛ ବାୟୁ ପ୍ରଦାନ କରୁଛି। ଏହି ଉତ୍ପାଦରେ ରହିଛି ତତ୍କାଳ କୁଲିଂ ମୋଡ୍ ଯାହା ଅଠାଳିଆ ଗରମ ଏବଂ ଆର୍ଦ୍ରତା ଭଳି ପରିବେଶରେ ଆରାମ ପ୍ରଦାନ କରୁଛି । ପୁନଶ୍ଚ, ଯେତେବେଳେ ଗ୍ରାହକମାନେ ଭୋଲଟାସ୍ର ସ୍ୱୀକୃତିପ୍ରାପ୍ତ ଡିଲର୍ ଜରିଆରେ ଏହି ଏସି ବୁକିଂ କରିବେ ସେମାନେ ଆକର୍ଷଣୀୟ ବ୍ୟାପକ ପାଞ୍ଚ ବର୍ଷର ୱାରେଣ୍ଟି (ପ୍ରଥମ ଧରଣର) ଓ ଷ୍ଟାଣ୍ଡାର୍ଡ ଇନଷ୍ଟଲେସନ୍ ସୁବିଧା ପାଇପାରିବେ। ପାଷ୍ଟ୍ କମ୍ ଫାଷ୍ଟ୍ ସର୍ଭ ଭିତିରେ ଏହି ଏସିର ବୁକିଙ୍ଗ ୨୦୧୮ ଫେବ୍ରୁଆରି ୧ରୁ ଆରମ୍ଭ ହୋଇଛି। ଭାରତର ରୁମ୍ ଏୟାର କଣ୍ଡିସନର ବର୍ଗରେ ଭୋଲ୍ଟାସ୍ ହେଉଛି ଏକ ନମ୍ବର ବ୍ରାଣ୍ଡ୍ । ତୃତୀୟ ପକ୍ଷ ଶିଳ୍ପ ରିପୋର୍ଟ ଅନୁଯାୟୀ ଏହାର ମୋଟ ବଜାର ଅଂଶ ହେଉଛି ୨୪% ।