ଜୋମାଟୋରୁ ଛଟେଇ ହେବେ ୫୪୧କର୍ମଚାରୀ

ନୂଆଦିଲ୍ଲୀ : ଲୋକପ୍ରିୟ ଫୁଡ୍‌ ଡେଲିଭରୀ ଆପ୍‌ ଜୋମାଟୋ ଶନିବାର ଏକ ବଡ଼ ଘୋଷଣା କରିଛି । ଜୋମାଟୋରେ କାମ କରୁଥିବା ୫୪୧ଜଣ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ପାଇଁ ଜୋମାଟୋ ଘୋଷଣା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୫୪୧ଜଣଙ୍କ ମଧ୍ୟରେ ଗ୍ରାହକ, ବ୍ୟବସାୟୀ ଏବଂ ଡେଲିଭରୀ ସହାୟକ ଟିମ୍‌ ଥିବା ଜଣା ପଡ଼ିଛି । ତେବେ ଟେକ୍ନୋଲୋଜିର ପରିବର୍ତ୍ତନ ଏଭଳି ନିଷ୍ପତ୍ତି ପଛର କାରଣ ବୋଲି କହିଛି ଜୋମାଟୋ ।

Image result for zomato-sacks-541-employees-as-automation-improves
Justdial

ସୂଚନା ମୁତାବକ, କମ୍ପାନୀ ଗ୍ରାହକମାନଙ୍କୁ ସବୁଠାରୁ ଭଲ ସୁବିଧା ଦେବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଟେକ୍‌ନିକ୍‌ର ବ୍ୟବହାର କରୁଛି । ଯାହା ଗ୍ରାହକଙ୍କ ପକ୍ଷରୁ ଆସୁଥିବା ସବୁ ଅଭିଯୋଗର ସମାଧାନ କରିବ । ତେବେ ନୂଆ ଟେକ୍‌ନିକ୍‌ରେ କାମ କରି ପାରୁ ନଥିବାରୁ କମ୍ପାନୀ ୫୪୧ଜଣ କର୍ମଚାରୀଙ୍କୁ ଛଟେଇ କରିଛି । ଏହା ସହ କୌଣସି ସମସ୍ୟା ଯେମିତି କର୍ମଚାରୀମାନେ ନ ଭୋଗନ୍ତୁ ସେଥିପାଇଁ ସମସ୍ତଙ୍କୁ ୪ମାସର ଦରମା ମଧ୍ୟ ଦିଆଯାଇଛି ।

ସମ୍ବନ୍ଧିତ ଖବର