ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡୟା ଜିଲ୍ଲାରେ ଦେଢ଼ ବର୍ଷର ଶିଶୁ ଖେଳୁ ଖେଳୁ ପ୍ରେସର କୁକର ହୁଇସିଲକୁ ଗିଳି ପକାଇବା ହେତୁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶିଶୁଟି ଘରେ ତାର ଜେଜେବାପା ଓ ଜେଜେ ମାଆଙ୍କ ସହିତ ରହେ। କାରଣ ତାର ବାପା ଓ ମାଆ ଦୁହେଁ କାମ କରିବାକୁ ବାହାରକୁ ଯାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ମାଣ୍ଡୟା ନାଗରାକେରେ ଗ୍ରାମ ପଞ୍ଚାୟତର ଅଧ୍ୟକ୍ଷ ଏଚ.ସି ମହାଦେବୁଙ୍କ କହିବାନୁସାରେ, ଶିଶୁଟର ନାମ ଶୁଭମ। ମୃତ ଶିଶୁର ପିତା ଉଡପି ସର୍ଭେ ବିଭାଗରେ କାର୍ଯ୍ୟରତ ଏବଂ ତାର ମା’ ବି ଜଣେ ଓ୍ଵାର୍କଂ ଲେଡି। ଶନିବାର ରାତିରେ ଖାଦ୍ୟ ପରଷୁ ଥିବା ସମୟରେ ଶିଶୁଟିର ଜେଜେ ମା’ ପ୍ରେସର କୁକରକୁ ଖୋଲା ଛାଡ଼ି ଦେଇଥିଲେ। ଶୁଭମ ଖେଳୁ ଖେଳୁ କୁକର ପାଖରେ ପହଞ୍ଚି କୁକର ହୁଇସିଲକୁ ଗିଳି ଦେଇଥିଲା। ଏହାପରେ ଶିଶୁକୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା। ହେଲେ ଡାକ୍ତର ସେଠାରେ ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଜାଣି ଶିଶୁର ପିତା-ମାତା ଘରେ ପହଞ୍ଚି ଥିଲେ। ରବିବାର ଶିଶୁର ଅନ୍ତିମ ସଂସ୍କାର କରାଯାଇଥିଲା।