ନାବାଳିକାକୁ ଶୌଚାଳୟ ଭିତରକୁ ଟାଣି ନେଇ ଯୌନ ଶୋଷଣ କଲେ ୫୦ବର୍ଷୀୟ ପଡ଼ୋଶୀ

ନୂଆଦିଲ୍ଲୀ : ଦିଲ୍ଲୀର ମୌଜପୁରରେ ଜଣେ ନାବାଳିକାକୁ ଶୌଚାଳୟ ଭିତରକୁ ଟାଣି ନେଇ ପଡ଼ୋଶୀ ଯୌନ ଉତ୍ପୀଡ଼ନ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ୧୧ବର୍ଷୀୟ ପୀଡ଼ିତା ସ୍କୁଲରୁ ଘରକୁ ଫେରୁଥିବା ବେଳେ ୫୦ବର୍ଷୀୟ ଅଭିଯୁକ୍ତ ପାଖରେ ଥିବା ଶୌଚାଳୟକୁ ଟାଣି ନେଇ ପୀଡ଼ିତାଙ୍କ ସହ ଯୌନ ଶୋଷଣ କରିଥିଲେ ।

ପୀଡ଼ିତା ଏହାର ବିରୋଧ କରି ଜୋରରେ ପାଟି କରିବାରୁ ଘଟଣାଟି ସାମ୍ନାକୁ ଆସିଥିଲା । ସ୍ଥାନୀୟ ଲୋକେ ପାଟି ଶୁଣି ଘଟଣାସ୍ଥଳରେ ପହଞ୍ଚିବା ସହ ଅଭିଯୁକ୍ତକୁ ଧରି ପୁଲିସକୁ ଡ଼କାଇଥିଲେ । ପୁଲିସ ପହଞ୍ଚିବା ମଧ୍ୟରେ ଗାଁ ଲୋକେ ଅଭିଯୁକ୍ତକୁ ନିସ୍ତୁକ ମାଡ଼ ମାରି ସାରିଥିଲେ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୁକ୍ତକୁ ଗିରଫ କରି ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପୁଲିସ ପଠାଇଥିବା ଜଣାପଡ଼ିଛି ।

Siasat

ଏହା ପ୍ରଥମ ନୁହେଁ, ଦିଲ୍ଲୀରେ ଏହା ପୂର୍ବରୁ ଅନେକ ଥର ଏଭଳି ଘଟଣା ସାମ୍ନାକୁ ଆସି ସାରିଥିଲେ ମଧ୍ୟ ବାରମ୍ବାର ଏପରି ଘଟି ଚାଲିଛି । କଡ଼ା ଆଇନ୍‌ କରାଯିବା ପରେ ମଧ୍ୟ ଏପରି ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର