ଜୟମାଲା ଚାଲୁଥିବା ସମୟରେ ଜଣେ ଯୁବକ ଦୌଡ଼ି ଆସି ବରର କାନରେ ଦେଲା ଖବର, ଯାହା ଶୁଣି କାନ୍ଦି କାନ୍ଦି ଅଧାରୁ ଛାଡ଼ି ଚାଲିଗଲା ବର

କାନପୁର : କାନପୁରରେ ଥିବା ଏକ ଗାଁରେ ରବିବାର ମଧ୍ୟରାତ୍ରରେ ବିବାହ କାର୍ଯ୍ୟ ଚାଲୁ ରହିଥିଲା । ଠିକ୍‌ ଏହି ସମୟରେ ଜଣେ ଯୁବକ ଆସି ବର କାନରେ କିଛି କହିଥିଲା, ଯାହାକୁ ଶୁଣି ବର କାନ୍ଦି କାନ୍ଦି ଷ୍ଟେଜ୍‌ ଉପରୁ ଚାଲି ଯାଇଥିଲେ । ଉପସ୍ଥିତ ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ପରେ ସବୁ ସତ ସାମ୍ନାକୁ ଆସିଥିଲା ।

bhaskar.com

ସୂଚନା ମୁତାବକ, ରବିବାର ସୁମିତ୍‌ ସିଂହ ବରଯାତ୍ରୀ ସହ ହିରାନୀ ଗାଁରେ ପହଞ୍ଚିଥିଲେ । ବର ପହଞ୍ଚିବା ପରେ ଗୋଟେ ପରେ ଗୋଟେ ରୀତିନୀତି ଆରମ୍ଭ ହୋଇ ଯାଇଥିଲା । ଜୟମାଲା ସମ୍ପୂର୍ଣ୍ଣ ହେବା ପରେ ବର ପକ୍ଷରୁ ଗୋଟେ ପରେ ଗୋଟେ ଫାଙ୍କା ଗୁଳି ଚାଳନା କରାଯାଇଥିଲା । ଏତିକି ବେଳେ ପାଖରେ ଠିଆ ହୋଇଥିବା ବରର ସାନ ଭାଇ ଅଭିମନ୍ୟୁଙ୍କ ପେଟରେ ଗୁଳି ବାଜି ଯାଇଥିଲା । ଗୁଳି ବାଜିବାର ଖବର ବରକୁ ମିଳିବା ପରେ ସେ କାନ୍ଦି କାନ୍ଦି ଷ୍ଟେଜ ଉପରୁ ଚାଲି ଆସିଥିଲେ । ତୁରନ୍ତ ଅଭିମନ୍ୟୁଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ରାସ୍ତାରେ ସେ ମୃତ୍ୟୁବରଣ କରିଥିଲେ । ଅଭିମନ୍ୟୁଙ୍କ ମୃତ୍ୟୁ ପରେ ସୁମିତ୍‌ ବିବାହ କରିବା ପାଇଁ ମନା କରି ଦେଇଥିଲେ । କିନ୍ତୁ ଘରର ବଡ଼ ଲୋକ ବୁଝାଇବା ପରେ ସୁମିତ୍‌ ବିବାହ କରିବାକୁ ରାଜି ହୋଇଥିଲେ ।

ସମ୍ବନ୍ଧିତ ଖବର