ପରିିବାରଲୋକଙ୍କ ଅଜାଣତରେ ନାବାଳିକା ୟୁଟ୍ୟୁବ ଭିଡିଓ ଦେଖି ସନ୍ତାନକୁ ଦେଲା ଜନ୍ମ

ନୂଆଦିଲ୍ଲୀ: କେରଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ୟୁଟ୍ୟୁବ ଭିଡିଓ ଦେଖି ନିଜ ଘର ଭିତରେ ସନ୍ତାନ ଜନ୍ମ କରିଥିବା ଖବର ମିଳିଛି। ଏହି ଘଟଣା ଅକ୍ଟୋବର ୨୦ ତାରିଖରେ କେରଳର ମଲପ୍ପୁରମର କୋଟ୍ଟକ୍କଲରେ ଘଟିଛି, ଯେଉଁଠାରେ ଜଣେ ୧୭ବର୍ଷୀୟ ନାବଳିକା ନିଜ ପରିବାରକୁ ନଜଣାଇ ସନ୍ତାନ ଜନ୍ମ କରିବା ସହିତ ନିଜର ଓ ଶିଶୁର ଗର୍ଭନଳୀ ବି କାଟି ଦେଇଥିବା ଜଣାପଡ଼ିଛି।

ସନ୍ତାନ ଜନ୍ମ ହେବା ପରେ କାନ୍ଦିବାର ସ୍ବର ଶୁଣି ପରିବାରଲୋକ ନାବାଳିକା ଥିବା କୋଠରିକୁ ଦୌଡ଼ି ଯାଇଥିଲେ। ନାବାଳିକା ଜଣକ ତାଙ୍କ ବାପା ଓ ମା’ଙ୍କ ସହିତ ରହୁଥିଲା। ବାପା ସିକ୍ୟୁରିଟି ଗାର୍ଡ ଥିବା ବେଳେ ତାଙ୍କ ମା’ଙ୍କ ଶରୀର ଅନେକ ସମୟରେ ଖରାପ ରହୁଥିଲା। ନାବାଳିକାର ଦୁଇ ଭାଇ ଓ ଭଉଣୀ ରହିଛନ୍ତି। ଭଉଣୀଙ୍କ ବିବାହ ହୋଇଯାଇଥିବା ବେଳେ ଭାଇ କଲେଜରେ ପାଠପଢ଼ୁଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ, ନାବାଳିକାର ପଡ଼ିଶାଘରର ଜଣେ ପୁଅ ସହିତ ସମ୍ପର୍କ ଥିଲା, ଯାହାକି ନାବାଳିକାର ଘରଲୋକ ଜାଣିଥିଲେ। ତେବେ ନାବାଳିକା ଅନ୍ତସତ୍ତ୍ବା ହୋଇଯିବା ପରେ ସେ ପରିବାରଲୋକଙ୍କୁ ଏହା ଲୁଚାଇ ରଖିଥିଲା। ଅନଲାଇନ କ୍ଲାସ ଚାଲୁଛି କହି ସବୁ ବେଳେ ଗୋଟିଏ କୋଠରିରେ ବନ୍ଦ ହୋଇ ରହୁଥିଲା।

प्रतीकात्मक तस्वीर
ଅକ୍ଟୋବର ୨୦ ତାରିଖରେ ସେ ୟୁଟ୍ୟୁବରୁ ସନ୍ତାନ ଜନ୍ମ କରିବାର ଉପାୟ ଦେଖି କାବଟ ବନ୍ଦ କରି ଘର ଭିତରେ ସନ୍ତାନକୁ ଜନ୍ମ ଦେବାକୁ ଚେଷ୍ଟା କରିଥିଲା। ଆଉ ସନ୍ତାନ ଜନ୍ମ ହୋଇଯିବା ପରେ ସେ ନିଜର ଓ ଶିଶୁର ଗର୍ଭନଳୀ ବି କାଟି ଦେଇଥିଲା। ଏହି ଘଟଣା ପରିବାର ଲୋକ ଜାଣିବା ପରେ ସେ ବିଚଳିତ  ଯାଇଥିଲା।

ପରିବାରଲୋକ ତୁରନ୍ତ ଝିଅ ଓ ଶିଶୁକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଠାରୁ ବୟାନ ରେକର୍ଡ କରି ପଡ଼ିଶାଘରର ପୁଅକୁ ଏହି ଘଟଣାରେ ଗିରଫ କରିଛି। ସେ ନାବାଳିକାକୁ ନିଜ ପ୍ରେମ ଜାଲରେ ଫସାଇ ତା’ ସହ ଶାରୀରିକ ସମ୍ପର୍କ ରଖି ଅନ୍ତସତ୍ତ୍ବା କରିଥିଲା।

ସମ୍ବନ୍ଧିତ ଖବର