୨୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର: ବେଆଇନ ଭାବରେ ଗଞ୍ଜେଇ ବିକ୍ରି କରିବା ଅଭିଯୋଗରେ ୟୁନିଟ୍-୮ ସିବିଆଇ କଲୋନି ନିକଟସ୍ଥ ବସ୍ତିରେ ରହୁଥିବା ପନ୍ଦରି ମୁଦୁଲିକୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ତା’ ଠାରୁ ୨୦ କିଲୋ ୫୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏ ନେଇ ଏକ ମାମଲା ରୁଜୁ କରି କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି। ପନ୍ଦରି ଏହି ଅଞ୍ଚଳ ସହ ରାଜଧାନୀର ବିଭିନ୍ନ ଦୋକାନକୁ ଗଞ୍ଜେଇ ଚାଲାଣ କରେ। ଏ ବାବଦରେ ପୁଲିସ ଖବର ପାଇବା ପରେ ତା’ ଉପରେ ନଜର ରଖିଥିଲା।

ସମ୍ବନ୍ଧିତ ଖବର