୪୦ବର୍ଷର ଶିକ୍ଷୟିତ୍ରୀ ଅନଲାଇନ ସାଙ୍ଗ ଦ୍ବାରା ଦୁଷ୍କର୍ମ ଶିକାର

ଅହମ୍ମଦାବାଦ: ଦେଶର ମହିଳାମାନଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର ଭାବରେ ପରିଚିତ ଅହମ୍ମଦାବାଦରୁ ଗତ ସୋମବାର ଦୁଇଟି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ମାମଲାରେ ଘାଟଲୋଡିଆର ଜଣେ ୪୦ ବର୍ଷ ବୟସ୍କା ମହିଳା ତାଙ୍କ ଅନଲାଇନ୍ ବନ୍ଧୁଙ୍କ ଦ୍ୱାରା ଅପହରଣ ଓ ଦୁଷ୍କର୍ମର ଶିକାର ହୋଇଥିବାବେଳେ ରାନିପରେ ଜଣେ ୨୦ ବର୍ଷୀୟା ମହିଳା ସ୍ୱାମୀଙ୍କ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଘାଟଲୋଡିଆ ପୁଲିସରେ ରୁଜୁ ହୋଇଥିବା ଅଭିଯୋଗରେ ପୀଡିତା ଜଣକ କହିଛନ୍ତି, ସେ ଏକ ଘରୋଇ ବିଦ୍ୟାଳୟରେ ପାଠପଢ଼ାନ୍ତି। ଏହି ସମୟରେ ସେ ରୁପେଶ ପଟେଲ ନାମକ ୩୩ବର୍ଷର ଜଣେ ଯୁବକ ସହିତ ଯୋଗାଯୋଗରେ ଆସିଥିଲେ।  ପ୍ରାୟ ଆଠ ମାସ ପୂର୍ବରୁ ଫେସବୁକ୍ ମାଧ୍ୟମରେ ରୁପେଶ ପଟେଲ ସହିତ ତାଙ୍କର ବନ୍ଧୁତା ହୋଇଥିଲା। ପ୍ରଥମେ ସେମାନେ ଫୋନ୍ ନମ୍ବର ଦିଆନିଆ ହେବା ସହିତ ଚାଟିଂ କରିବା ବି ଆରମ୍ଭ କରି ଦେଇଥିଲେ।

ପଟେଲ ମହିଳାଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲା କିନ୍ତୁ ମହିଳା ଜଣକ ମନା କରି ଦେଇଥିଲେ। ଏଥିରେ ରାଗିଯାଇ ସେ ବାହାନା କରି ମହିଳାଙ୍କୁ ଭେଟିବାକୁ କହିଥିଲା। ମହିଳା ରୁପେଶ କଥାରେ ରାଜି ହୋଇଯାଇଥିଲେ। ଏହା ପରେ ପଟେଲ ତାଙ୍କୁ ଅପହରଣ କରି ଭସତ୍ରାଲର ଏକ ବ୍ୟବସାୟିକ କମ୍ପ୍ଲେକ୍ସକୁ ନେଇ ଦୁଷ୍କର୍ମ କରିଥିଲା। ଏହାପରେ ସେ ତାଙ୍କୁ ତାଙ୍କ ଘର ନିକଟରେ ଛାଡି ଦେଇଥିଲା ବୋଲି ପୀଡ଼ିତା ଅଭିଯୋଗ କରିଥିଲେ। ଏହାପରେ ଘାଟଲୋଡିଆ ପୁଲିସ ପଟେଲକୁ ଗିରଫ କରି ସ୍ଥାନୀୟ କୋର୍ଟରେ ହାଜର କରିଛି।

ସେହିପରି ଦ୍ୱିତୀୟ ମାମଲାରେ ୨୦ ବର୍ଷୀୟ ପୀଡିତା କହିଛନ୍ତି ଯେ ତାଙ୍କ ସ୍ୱାମୀ ଏଏମସି ପାଇଁ ଅଳିଆ ସଂଗ୍ରହ ଗାଡି ଚଲାନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସ୍ବାମୀଙ୍କ ସୁପରଭାଇଜର ରାମୁ ମୁନିୟା ତାଙ୍କ ମହିଳା ବନ୍ଧୁ ସୁମିତ୍ରା ଭବୋରଙ୍କ ସାହାଯ୍ୟରେ ସେପ୍ଟେମ୍ବର ୧୧ ରେ ତାଙ୍କୁ ଦୁଷ୍କର୍ମ କରିଥିଲା।

ସମ୍ବନ୍ଧିତ ଖବର