୫ ଟଙ୍କା ଲେଖାଁ ଦେଇ ୨ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ୬୦ ବର୍ଷିୟ ବ୍ୟକ୍ତି

ନୂଆଦିଲ୍ଲୀ: ଦୁଇ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଜଣେ ୬୦ ବର୍ଷିୟ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଦୁଷ୍କର୍ମ ଘଟଣା କାହା ଆଗରେ ପ୍ରକାଶ ନ କରିବାକୁ ସେ ଦୁଇ ନାବାଳିକାଙ୍କୁ ୫ ଟଙ୍କା ଲେଖାଏଁ ଦେଇଥିଲେ।

ଶ୍ରମିକ କାମ କରୁଥିବା ଅଭିଯୁକ୍ତ ମହମ୍ମଦ ଜୈନୁଲ୍‌ ପୁଲିସକୁ କହିଛନ୍ତି ଯେ ମିଠା ଦେବାକୁ କହି ସେ ୫ ଓ ୯ ବର୍ଷୀୟ ଦୁଇ ବାଳିକାଙ୍କୁ ଭୁଲାଇ ଦକ୍ଷିଣ ଦିଲ୍ଲୀସ୍ଥିତ ନିଜ ଘରକୁ ଡାକି ଆଣିଥିଲେ।

ରବିବାର ଦିନ ଘଟନାଟି ଘଟିଥିବା କଥା ପୁଲିସ କହିଛି।

ରବିବାର ସନ୍ଧ୍ୟାରେ ପୀଡ଼ିତା ଝିଅଙ୍କ ମଧ୍ୟରୁ ଜଣକର ପିତାମାତା ୧୦୦ କୁ ଡାଏଲ୍‌ କରି କହିବାରୁ ପୁଲିସ ଘଟଣାଟି ଜାଣିଲା ବୋଲି ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଡେପୁଟି କମିସନର୍‌ ମିଳିନ୍ଦ ମହାଦେବ ଡୁମ୍ବରେ କହିଛନ୍ତି।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ୯ ବର୍ଷୀୟ ବାଳିକାଙ୍କ ଘର ସାମ୍ନାରେ ଦୁଇ ଝିଅ ଖେଳୁଥିବାବେଳେ ଜୈନୁଲ୍‌ ସେଠାରେ ପହଞ୍ଚି ସେମାନଙ୍କୁ ଚକ୍‌ଲିଟ୍‌ ଏବଂ ମିଠା ଦେବେ ବୋଲି କହିଥିଲେ। ଅପହରଣ କରାଯିବାବେଳେ ଦୁହିଁଙ୍କର ଶ୍ରମିକ ପିତାମାତା ଘରେ ଉପସ୍ଥିତ ନ ଥିଲେ।

ସେ ଦୁହିଁଙ୍କୁ ନିଜ ଘରକୁ ନେଇ ସେମାନଙ୍କ ସହ ଦୁଷ୍କର୍ମ କରିଥିଲେ। ଜଣକ ସହ ଦୁଷ୍କର୍ମ କରିବାବେଳେ ସେଠାରେ ଅନ୍ୟ ଜଣେ ଝିଅ ମଧ୍ୟ ଉପସ୍ଥିତ ଥିଲା। ତା’ପରେ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ଖବରଦାର କରାଇ ଦେଇ ସେ ଦୁହିଁଙ୍କୁ ପାଞ୍ଚ ଟଙ୍କା ଲେଖାଏଁ ଦେଇ ଥିଲେ। ତା’ପରେ ଦୁହେଁ ଘରକୁ ଆସିଥିଲେ।


ତାଙ୍କର ଧମକାଣରେ ଛାନିଆ ହୋଇ ଯାଇଥିବା ଝିଅ ଦୁହେଁ ସନ୍ଧ୍ୟା ଯାଏଁ ଏ କଥା କାହାକୁ କହି ନ ଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ସନ୍ଧ୍ୟାବେଳେ ୫ ବର୍ଷୀୟ ଝିଅଟି କାନ୍ଦି ଥିଲା ଓ ନିଜ ମାଆକୁ ସେ ସବୁ କଥା ଜଣାଇଥିଲା। ଝିଅର ଗୁପ୍ତାଙ୍ଗରେ ମାଆ କ୍ଷତ ଚିହ୍ନ ଦେଖି ଥିଲେ।
ଦୁଇ ପରିବା ଥାନାକୁ ଯାଇ ସେମାନଙ୍କର ବୟାନ ରେକର୍ଡ କରାଇଥିଲେ। ଅଭିଯୁକ୍ତ ବ୍ୟକ୍ତିଙ୍କୁ କୁଷ୍କର୍ମକାରୀ ବୋଲି ଦୁଇ ପୀଡ଼ିତା ଝିଅ ଚିହ୍ନଟ କରିଥିଲେ।

ଝିଅ ଦୁହିଁଙ୍କୁ କାଉସେଲିଙ୍ଗ୍‌ ଦିଆ ଯାଇଛି ଏବଂ ଜୈନୁଲ୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଗିରଫ କରାଯିବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ପୁଲିସ କହେ, ଜୈନୁଲ୍‌ ବିବାହିତ ଏବଂ ପିଲାଝିଲାର ବାପ। ଘଟଣା ସମୟରେ ତାଙ୍କର ସ୍ତ୍ରୀ ଓ ପିଲାଏ ଘରେ ନ ଥିଲେ।

ସମ୍ବନ୍ଧିତ ଖବର