ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିବା ପ‌ରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଜଣେ ନାବାଳିକା ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠାରୁ ଅଧିକ ବିଚଳିତ କରିଛି ନାବାଳିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ। ଝିଅ ଆତ୍ମହତ୍ୟା କରିବା ପରେ ପରିବାର ଲୋକେ ଭାଙ୍ଗି ପଡ଼ିତିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି।

Karnataka HC recommends amendments to include death penalty for gangrape | The News Minute
The News Minute

ସୂଚନା ମୁତବକ ପୂରା ପରିବାର ବିହାର ଯିବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ନାବାଳିକା ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଘରେ କୌଣସି ସମସ୍ୟା ନଥିବା ବେଳେ ଝିଅ ଏଭଳି କାହିଁକି କଲା ସେନେଇ ପରିବାର ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା। ନାବାଳିକାର ମୃତ୍ୟୁ ବିଷୟରେ କୁହାଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା ଏବଂ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ନାବାଳିକା ୨ମାସର ଗର୍ଭବତୀ ଥିଲେ ବୋଲି ଜଣାପଡ଼ିଥିଲା। ପୂର୍ବରୁ କେବଳ ଆତ୍ମହତ୍ୟା ବୋଲି ପୁଲିସ ଭାବୁଥିବା ବେଳେ ଏବେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଥିଲା କି? ଗର୍ଭବତୀ ଥିବାରୁ ଆତ୍ମହତ୍ୟା ପାଇଁ କିଏ ଉସୁକାଇଥିଲା କି? ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବ ପୁଲିସ।

ସମ୍ବନ୍ଧିତ ଖବର