କ୍ରୋଧର ସୀମା ଟପିଲା: ୯୨ ବର୍ଷୀୟ ମା’ର ଗୁଳିରେ ୭୨ ବର୍ଷିଅ ପୁଅ ମୃତ
ପ୍ରେମିକାକୁ ସାଥୀରେ ରଖି ମା’କୁ ବୃଦ୍ଧାଶ୍ରମ ପଠାଉଥିଲା ପୁଅ
ଓ୍ଵାସିଙ୍ଗଟନ୍: ଆମେରିକାରେ ନିଜର ୭୨ ବର୍ଷିଅ ପୁଅକୁ ଗୁଳିକରି ହତ୍ୟା କରିବା ଅଭିଯୋଗରେ ପୁଲିସ ଜଣେ ୯୨ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ମହିଳା ଏନା ମେ ବ୍ଲେସିଙ୍ଗ ବୋଲି ଜଣାପଡ଼ିଛି। ମହିଳାଙ୍କ ବିରୋଧରେ ହତ୍ୟା ଜନିତ ମାମଲା ରୁଜୁ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏନାଙ୍କ ପୁଅ ଥାମସ ବ୍ଲେସିଙ୍ଗ ତାଙ୍କୁ ବୃଦ୍ଧାଶ୍ରମରେ ଛାଡିବାକୁ ଉଦ୍ୟମ କରୁଥିଲେ। ଏହି ଘଟଣାରେ ଚିନ୍ତିତ ଥିବା ମହିଳା ଜୁଲାଇ ୨ରେ ଥାମସଙ୍କୁ ଗୁଳି କରି ହତ୍ୟା କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ହତ୍ୟାକାଣ୍ଡ ପରେ ପୁଲିସ ପହଞ୍ଚିବା ବେଳକୁ ମହିଳା ଜଣକ ଉତ୍ତେଜିତ ହୋଇ କହୁଥିଲା, ତୁ ମୋର ଜୀବନ ନେଇଛୁ, ମୁଁ ତୋର ଜୀବନ ନେଉଛି। ପଚରାଉଚରା ବେଳେ ମହିଳା ଜଣକ ପୁଲିସକୁ କହିଛି ହତ୍ୟା ପରେ ନିଜେ ବି ଆତ୍ମହତ୍ୟା କରିବାକୁ ଚାହିଁଥିଲେ କିନ୍ତୁ ଥାମସଙ୍କ ପ୍ରେମିକା ପିସ୍ତଲ ଛଡ଼ାଇ ନେଇଥିଲା।
ଜୁଲାଇ ୨ରେ ଏନା ଓ ଥାମସଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସାଥୀରେ ରହୁଥିବା ଯୋଗୁଁ ସମସ୍ୟା ହେଉଛି ବୋଲି ଥାମସ ନିଜ ମା’ଙ୍କୁ ବୃଦ୍ଧାଶ୍ରମରେ ରଖିବାକୁ ଚାହୁଁଥିଲା। ଘରେ ସେ ପ୍ରେମିକା ସହିତ ରହିବାକୁ ଚାହୁଁଥିଲା। ପୁଲିସ ରିପୋର୍ଟ ଅନୁସାରେ ବୃଦ୍ଧା ଜଣକ ପୁଅ ସହିତ ଯୁକ୍ତିତର୍କ କରିବା ପୂର୍ବରୁ ୨ଟି ପିସ୍ତଲ ଜେବରେ ଲୁଚାଇ ରଖିଥିଲା। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଯେତେବେଳେ ବିବାଦରେ ପରିଣତ ହେଲା, ସେହି ସମୟରେ ବୃଦ୍ଧା ଜଣକ ପିସ୍ତଲ ବାହାର କରି ପୁଅକୁ ଗୁଳି କରିଥିଲା। ଏନା ପିସ୍ତଲକୁ ୧୯୭୦ରେ କିଣିଥିଲା। ସେ ଥାମସଙ୍କୁ ୨ଥର ଗୁଳି କରିଥିଲା। ସେଥିରୁ ଗୋଟଏ ଗୁଳି ବେକରେ ଲାଗିଥିଲା। ପୁଅକୁ ହତ୍ୟା କରିବା ପରେ ଏନା ପିସ୍ତଲକୁ ଥାମସଙ୍କ ପ୍ରେମିକା ଛଡ଼ାଇ ନେଇଥିଲା।