ବାଂଲାଦେଶରେ ଲୋମଟାଙ୍କୁରା ହତ୍ୟାକାଣ୍ଡ: ହିନ୍ଦୁ ଯୁବତୀଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ନାଳରେ ଫିଙ୍ଗି ଦେଇଥିଲା ମୁସଲିମ୍ ପ୍ରେମିକ

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଥିବା ବେଳେ ବାଂଲାଦେଶରେ ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଥିବା ଖବର ମିଳିଛି। ଶ୍ରଦ୍ଧାଙ୍କ ଲିଭ-ଇନ୍ ପାର୍ଟନର ଅଫତାବ ଆମିନ ତାଙ୍କୁ ମେ ୧୮ରେ ହତ୍ୟା କରିବା ପରେ ଶରୀରକୁ ୩୫ଖଣ୍ଡରେ କାଟି ଦେଇଥିଲା। ଏହିଭଳି ଭାବେ ବାଂଲାଦେଶରେ ଜଣେ ହିନ୍ଦୁ ଯୁବତୀଙ୍କୁ ହତ୍ୟା କରିଛି ତାଙ୍କ ମୁସଲିମ୍ ପ୍ରେମିକ।

ପ୍ରକାଶିତ ରିପୋର୍ଟ ମୁତାବକ, ଅବୁ ବକର ଏବଂ କବିତା ରାନୀଙ୍କର କିଛି ଦିନ ପୂର୍ବରୁ ସାକ୍ଷାତ ହୋଇଥିଲା। ଏହାପରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। ପରେ ଅବୁ ବକର୍ କବିତାଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇ ନାଳରେ ଫିଙ୍ଗି ଦେଇଥିଲେ ଅବୁ।

ନଭେମ୍ବର ୬ରେ ଯେତେବେଳେ ଅବୁ ବକର କାମକୁ ଆସିନଥିଲେ, ସେ ଚାକିରି କରୁଥିବା ପରିବହନ ସଂସ୍ଥାର ମାଲିକ ଜଣେ କର୍ମଚାରୀଙ୍କୁ ତାଙ୍କ ଘରକୁ ପଠାଇଥିଲେ। ସେଠାରେ ଅବୁ ବକର ମିଳି ନଥିଲେ ଏବଂ ତାଙ୍କ ଘର ବାହାରେ ତାଲା ପଡିଥିବା ଜଣାପଡ଼ିଥିଲା। ଏହାପରେ ମାଲିକ ଏ ବିଷୟରେ ପୁଲିସକୁ ସୂଚନା ଦେଇଥିଲେ।

ଅବୁ ସନ୍ଦେହଜନକ ପରିସ୍ଥିତିରେ ନିଖୋଜ ହୋଇଯାଇଥିଲେ। ଏହାପରେ ପୁଲିସ ତାଙ୍କ ଘରର ତାଲା ଭାଙ୍ଗି ଘର ଭିତରୁ ଏକ ମୃତଦେହକୁ ଜବତ କରିଥିଲା। ଏହି ମୃତଦେହର ମୁଣ୍ଡ କଟା ଯିବା ସହିତ ଏକ ପଲିଥିନରେ ପୃଥକ ଭାବରେ ପ୍ୟାକ୍ କରାଯାଇଥିଲା। ତେବେ ପୁଲିସ ଏହି ଘଟଣାର ଛାନଭିନ କରି ଅବୁକୁ ଗିରଫ କରିଥିଲା। ଅବୁ ବି ନିଜ ଦୋଷକୁ ସ୍ବୀକାର କରିଛି।

ସମ୍ବନ୍ଧିତ ଖବର