ମହିଳାଙ୍କ ଘରେ ପଶି ଆକ୍ରମଣ ଘଟଣା, ଆଉ ଜଣେ ଗିରଫ

ଭୁବନେଶ୍ବର: ପିଡବ୍ଲ୍ୟୁଡି କଲୋନିର ଜଣେ ମହିଳାଙ୍କ ଘରେ ପଶି ଆକ୍ରମଣ ଘଟଣାରେ ଖାରବେଳନଗର ଥାନା ପୁଲିସ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ପିଡବ୍ଲ୍ୟୁଡି କଲୋନିର ପ୍ରଭାକର ଭୂୟାଁ(୫୭)। କିଛିଦିନ ହେବ ପ୍ରଭାକରଙ୍କ ପରିବାର ଓ ଲକ୍ଷ୍ମୀ ଭୂୟାଁଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ବୁଧବାର ସନ୍ଧ୍ୟାରେ ପ୍ରଭାକର, ଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ ରେଡ୍ଡୀ ଓ ରବି ତାଙ୍କ ଘରେ ପଶି ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ସଂଘବଦ୍ଧ ଭାବେ ତାଙ୍କୁ ନିସ୍ତୁକ ମାଡ଼ମାରିଥିଲେ। ଏହାପରେ ତାଙ୍କ ଘରର ସମସ୍ତ ଆସବାବପତ୍ର ଭାଙ୍ଗିଦେଇଥିଲେ। ଏନେଇ ସସ୍ମିତା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଗୁରୁବାର ଦିନ ପୁଲିସ ରବି ସ୍ବାଇଁ, କେ ଭୀମା ରେଡ୍ଡି, ଲକ୍ଷ୍ମୀ ଭୂୟାଁ ଏବଂ ଭାଗ୍ୟଲକ୍ଷ୍ମୀ ସ୍ବାଇଁ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପ୍ରଭାକର ଫେରାର୍‌ ଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର