ଲକ୍‌ଡାଉନ୍‌ ଚାଲିଥିବା ବେଳେ ଭୋପାଳରେ ଦୃଷ୍ଟିହୀନା ମହିଳାଙ୍କ ସହ ଦୁଷ୍କର୍ମ

ଭୋପାଳ: ଶୁକ୍ରବାର ପ୍ରତ୍ୟୁଷରେ ଶାହପୁରା ଅଞ୍ଚଳରେ ଜଣେ ଦୃଷ୍ଟିହୀନା ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ୫୩ ବର୍ଷୀୟ ଏହି ମହିଳାଜଣକ ଜଣେ ବ୍ୟାଙ୍କ୍ ଅଫିସର୍। ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁଁ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ରାଜସ୍ଥାନରେ ଅଟକି ଯାଇଛନ୍ତି।

ସନ୍ଦିଗ୍ଧଜଣକ ବାଲ୍‌କୋନି ବାଟେ ତାଙ୍କୁ କୋଠରିକୁ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ତାଙ୍କ ମୋବାଇଲ୍‌ ଫୋନ୍‌ଟି ନେଇ ଯାଇ ବାହାରୁ ପଟୁ କବାଟ ବନ୍ଦ କରି ଚାଲି ଯାଇଥି‌ଲା।

ମହିଳାଜଣକ ଚିତ୍କାର କରିବାରୁ ପଡ଼ୋଶୀମାନେ ଆସି କବାଟ ଖୋଲିଲେ। ତାଙ୍କ ଠାରୁ ସବୁ କଥା ଶୁଣିବା ପରେ ସେମାନେ ପୁଲିସ୍‌କୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ।

ପବନ ଚଳାଚଳ ପାଇଁ ମହିଳାଜଣକ ବାଲ୍‌କୋନି କବାଟ ଖୋଲା ରଖିଥିଲେ।

ଘଟଣା ସଂକ୍ରାନ୍ତରେ ଏଏସ୍‌ପି ସଞ୍ଜୟ ସାହୁ କହନ୍ତି ଯେ ଦ୍ବିତୀୟ ତାଲାରେ ଅବସ୍ଥିତ ବାଲ୍‌କୋନି ପାହଚଶ୍ରେଣୀକୁ ଲାଗିଛି। ସମ୍ଭବତଃ ସେଇ ବାଟ ଦେଇ ସେ ଅପରିଚିତ ସନ୍ଦିଗ୍ଧ ବ୍ୟକ୍ତିଟି ଘରେ ପଶିଥାଇ ପାରେ।

ଦୁଷ୍କର୍ମ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା କଥା ଏଏସ୍‌ପି ସାହୁ କହିଛନ୍ତି। ରାଜସ୍ଥାନର ସିରୋହିରେ ଅଟକି ଥିବା ପୀଡ଼ିଙ୍କ ସ୍ବାମୀଙ୍କୁ ଜିଲ୍ଲା ମାଜିଷ୍ଟେଟ୍‌ଙ୍କ ଅନୁମତିକ୍ରମେ ଘରକୁ ଛଡ଼ାଯାଇଛି।

 

 

ସମ୍ବନ୍ଧିତ ଖବର