ଏକ ସପ୍ତାହ ହେବ ବ୍ୟାଗରେ ଭର୍ତ୍ତି ଥିବା ନାବାଳିକାର ମୃତଦେହକୁ ନଳାରୁ ଉଦ୍ଧାର କଲା ପୁଲିସ

ଉତ୍ତରପ୍ରଦେଶ: ନାବାଳିକା ସହିତ ଘଟିଥିବା ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହରିୟାଣାର ରୋହତକର ତିତୋଲି ଗ୍ରାମରୁ ପୁଲିସ ଏକ ବ୍ୟାଗରେ ଭର୍ତ୍ତି ଥିବା ନାବାଳିକାର ମୃତଦେହ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ, ତିତୋଲି ଗ୍ରାମରେ କାମ କରୁଥିବା କିଛି ଲୋକ ନଳାରେ ଏକ ବ୍ୟାଗ ପଡ଼ିଥିବା ଦେଖିବାକୁ ପାଇଥିଲେ। ବ୍ୟାଗ ଭିତରୁ ଏକ ମଣିଷ ହାତ ବାହାରକୁ ବାହାରିଥିବା ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଭର୍ତ୍ତି ଥିବା ବ୍ୟାଗକୁ ଜବତ କରି ଏଫଏସ୍‌ଏଲ ଟିମକୁ ଡକାଇଥିଲା। ଏହି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଏହି ବ୍ୟାଗରେ ଭର୍ତ୍ତି ଥିବା ନାବାଳିକାର ମୃତଦେହ ପାଖାପାଖି ୧ସପ୍ତାହ ପୁରୁଣା ବୋଲି ସନ୍ଦେହ କରାଯାଉଛି।

ପ୍ରାଥମିକ ଯାଞ୍ଚରୁ ସନ୍ଦେହ କରାଯାଉଛି କି, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। କାରଣ ନାବାଳିକା ଗୁପ୍ତାଙ୍ଗ ସମ୍ପୂର୍ଣ୍ଣ ଭାବେ ବାହାରକୁ ବାହରି ଆସିଛି। ଶବକୁ ବ୍ୟବଚ୍ଛେଦ ପାଇଁ ରୋହତକ ପିଜିଆଇକୁ ପଠାଯଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ପ୍ରକୃତ ଘଟଣା ସାମ୍ନାକୁ ଆସିବ।

ସମ୍ବନ୍ଧିତ ଖବର