ଚକାରେ ପବନ ଭରିବା ପରେ ୪୦ଟଙ୍କା ମାଗିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଘୋଷାଡି ନେଲେ କାର ଚାଳକ

ଲକ୍ଷ୍ମୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ମୌରୁ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥି‌ରେ କାର ଚାଳକ ଜଣେ ବ୍ୟକ୍ତିଙ୍କୁ ଘୋଷାଡି ନେଉଥିବା ଦେଖିବାକୁ ମିଳୁଛି। କିଛି ଦୂର ଘୋଷାଡି ନେବା ପରେ ଉକ୍ତ ବ୍ୟକ୍ତିଙ୍କୁ ସେଠାରେ ଫିଙ୍ଗି ଦେଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥି‌ଲେ। ଏଭଳି ଏକ ଲୋମଟାଙ୍କୁରା ଘଟଣା ଲକ୍ଷ୍ମୌର ପାରା ଥାନା ଅଞ୍ଚଳସ୍ଥ ସ‌ରୋସା  ଭରୋସା ମୋଡାଣିସ୍ଥିତ ବାଲାଜୀ ପେଟ୍ରୋଲ ପମ୍ପରେ ରବିବାର ଘଟିଛି।

 हवा भरने के 40 रुपये मांगने पर कर्मचारी को कार ने घसीटा

ପ୍ରକାଶିତ ରିପୋର୍ଟ ମୁତାବକ, କାର ଚାଳକ ବାଲାଜୀ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଭରିଥିଲେ। ଏହାପରେ କାର ଚକାରେ ପବନ ନଥିବା କହି  ପବନ ଭରିଥିଲେ। ଏହି ବାବଦକୁ ପେଟ୍ରୋଲ ପମ୍ପ କମ୍ପଚାରୀ ୪୦ଟଙ୍କା ମାଗିବାରୁ ଚାଳକ ଟଙ୍କା ବଢ଼ାଇ ଥିଲେ। କର୍ମଚାରୀ ଜଣକ ଉକ୍ତ ଟଙ୍କାକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଚାଳକ କାର ଝରକା ଉପରକୁ ଉଠାଇ ଦେଇଥିଲେ। ପେଟ୍ରୋଲ ପମ୍ପ କମ୍ପଚାରୀ ଜଣକ ତାଙ୍କ ହାତକୁ ଆଉ ବାହାରକୁ ବାହାର କରି ପାରି ନଥିଲେ। ଏଭଳି ଭାବେ ଚାଳକ କର୍ମଚାରୀଙ୍କୁ ୨୦ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ। ଏହାପରେ ସେ କାର ଝରକା କାଚ ତଳକୁ ଖସାଇ ଦେବାରୁ କର୍ମଚାରୀ ଜଣକ ତଳେ ପଡ଼ି ଯାଇଥିଲେ।

ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କୈଦ ‌ହୋଇଯାଇଥିଲା। ଏହାପରେ ପୁଲିସରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। ଏହାକୁ ଆଧାର କରି ପୁଲିସ କାର ଚାଳକଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର