ୟୁନିଟ୍‌-୬ ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେବା ମାମଲା, ଆଉ ଜଣେ ଗିରଫ

ଭୁବନେଶ୍ୱର : କ୍ୟାପିଟାଲ ଥାନା ୟୁନିଟ୍‌-୬ ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେବା ଘଟଣାରେ ପୁଲିସ ଫେରାର ଅଭିଯୁକ୍ତକୁ ଗିରଫ କରିଛି। ସେ ହେଉଛି ତାରିଣୀବସ୍ତିର ମନୋଜ ନାୟକ। ଗତ ୬ ତାରିଖ ସନ୍ଧ୍ୟାରେ ଦୁର୍ଗାମଣ୍ଡପ ବସ୍ତି ନିକଟରେ ସ୍ବର୍ଣ୍ଣଲତା ପଟ୍ଟନାୟକଙ୍କ ବେକରୁ ଦୁଇଜଣ ବାଇକରେ ଆସି ସୁନାଚେନ୍‌ ଝାମ୍ପି ନେଇ ପଳାଇଥିଲେ। ଗତକାଲି ପୁଲିସ ଚଢ଼ଉ କରି ଅଭିଯୁକ୍ତ ସାଗର ନାୟକକୁ ଗିରଫ କରିବା ସହ ସୁନାଚେନ୍‌କୁ ଜବତ କରିଥିଲା।

ସମ୍ବନ୍ଧିତ ଖବର