ଗ୍ରାହକ ଆମାଜନରୁ ମଗାଇଲେ ରୂପା, ଘରେ ପହଞ୍ଚିଲା ଅଧାକିଲୋ ଗହମ

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାର ଅନଲାଇନ ସପିଂ ଠକେଇ ମାମଲା ସାମ୍ନାକୁ ଆସିଛି। କେବେ କେବେ ମୋବାଇଲ ସ୍ଥାନରେ ପଥର, ସାବୁନ ଆଦି ସାମଗ୍ରୀ ଆସିଥିବା ବି ପୂର୍ବରୁ ଦେଖିବାକୁ ମିଳିଛି।

ଚଳିତଥର କିଛି ଅଲଗା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଆମାଜନରୁ ଅଧାକିଲୋ ରୂପା ମଗାଇଥିଲେ। କିନ୍ତୁ ଏହା ବଦଳରେ ଉକ୍ତ ବ୍ୟକ୍ତିଙ୍କ ଘରେ ଗତଶନିବାର ଅଧାକିଲୋ ଗହମ ‌ପ୍ୟାକେଟ ଆସି ପହଞ୍ଚିଥିଲା। ପ୍ୟାକେଟକୁ ସ୍ପର୍ଶ କରିବା ମାତ୍ରେ ଗ୍ରାହକ ଆଶ୍ଚର୍ଯ୍ୟ  ହୋଇଯାଇଥିଲେ। ଏସବୁ ଘଟଣା ଡେଲିଭରି ବଏଙ୍କ ସାମ୍ନାରେ ଘଟିଥିବା ଉକ୍ତ ଗ୍ରାହକ ଜଣକ କହିଛନ୍ତି।

ଏହି ଘଟଣା ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଘଟିଛି। ବିଶ୍ବନାଥ ଶର୍ମା ନାମକ ଜଣେ ବ୍ୟକ୍ତି ଆମାଜନରେ ଶସ୍ତା ମୂଲ୍ୟରେ ବିକ୍ରି ହେଉଥିବା ରୂପା ମଗାଇଥିଲେ। ଗ୍ରାହକ ଅଧା କିଲୋ ରୂପା ପାଇଁ ୩୦ହଜାର ଟଙ୍କା ପୈଠ କରିଥିଲେ।  ସେହି ସମୟରେ ବଜାରରେ ରୂପା କିଲୋ ମୂଲ୍ୟ ୬୫ହଜାର ଟଙ୍କା ଥିଲା। ଅର୍ଥାତ ଗ୍ରାହକଙ୍କୁ ପାଖାପାଖି ୨,୫୦୦ଟଙ୍କାର ଲାଭ ହେଉଥିବା କୁହାଯାଉଥିଲା। କିନ୍ତୁ ଅଧାକିଲୋ ରୁପା ବଦଳରେ ଆମାଜନ ପକ୍ଷରୁ ଅଧାକିଲୋ ଗହମ ପଠାଯାଇଥିଲା।

2020 in Review: The Year for Amazon

ଗ୍ରାହକ ଏ ଘଟଣା ସମ୍ପର୍କରେ ଆମାଜନ ଫୋନରେ ଅଭିଯୋଗ କରିଥିଲେ। ଏଥି‌ସହିତ ଏକ ଲିଖିତ ଅଭି‌ଯୋଗ ବି କରି ଡେଲିଭରି ବଏଙ୍କୁ ଦେଇଥିଲେ। ଗ୍ରାହକଙ୍କ ଅଭିଯୋଗ ମୁତାବକ ଆମାଜନ ଟଙ୍କା ଫେରସ୍ତ କରିବାକୁ କହିଥିଲା। କିଛି ଟଙ୍କା ଗ୍ରାହକଙ୍କ ଖାତାରେ ଜମା ବି ହୋଇ ଯାଇଥିଲା।

ଏ ସମ୍ପର୍କରେ ବିଶ୍ବନାଥ ଶର୍ମା ଏକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଇଛନ୍ତି। ବିଶ୍ବନାଥ ଶର୍ମାଙ୍କ କହିବାନୁସାରେ, ଜାନୁଆରି ୧୪ରେ ତାଙ୍କ ଜମାଖାତାକୁ ୨୨,୬୬୦ଟଙ୍କା ରିଫଣ୍ଡ ହୋଇଥିଲା। ତେବେ ସବୁଠାରୁ ବଡ଼ କଥା ହେଉଛି ସେ ୩୦ହଜାର ଟଙ୍କା ପୈଠ କରିଥିବା ବେଳେ ଅମାଜନ ୨୨.୬୬୦ଟଙ୍କା ‌କେଉଁ ହିସାବରେ ପଠାଇଛି।

ସମ୍ବନ୍ଧିତ ଖବର