ଲାଞ୍ଚ ନେଇ ଧରାପଡ଼ିଲେ ଫରେଷ୍ଟର

ଦେବଗଡ଼: ମାଲଲା ରୁଜୁ ନକରିବା ପାଇଁ ଜଣେ ଯୁବକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ କଂସର ପରେଷ୍ଟ ସେକ୍ସନ୍‌ର ଫରେଷ୍ଟର୍‌ ପ୍ରସନ୍ନ ମିଶ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ , କଂସର ଗ୍ରାମର ଅରୁଣ ସାମାଧିଆ ନାମକ ଜଣେ ଯୁବକ ନିକଟସ୍ଥ ଜଙ୍ଗଲରୁ ଶାଳଗଛ କାଟୁଥିବା ବେଳେ କାର୍ଯ୍ୟରତ କର୍ମଚାରୀମାନେ ଉକ୍ତ ଗଛ ସହ ଅରୁଣଙ୍କୁ ଧରି କଂସର ସେକ୍ସନ୍‌ କାର୍ୟ୍ୟାଳୟକୁ ଆଣିଥିଲେ। ଏହାପରେ ଫରେଷ୍ଟର ଶ୍ରୀ ମିଶ୍ର ମାମଲାର ରଫାଦଫା କରିବାକୁ ୮ ହଜାର ଟଙ୍କା ଦେବାକୁ କହିଥିଲେ। ଅରୁଣ ଦେବଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆସି ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି, ଅରୁଣ ଫରେଷ୍ଟର ଶ୍ରୀ ମିଶ୍ରଙ୍କୁ ଟଙ୍କା ଦେବାରୁ ସେ ଟେବୁଲ ଉପରେ ରଖିଦେବାକୁ କହିଥିଲେ। ଅରୁଣ ଏହି ଟଙ୍କା ଟେବୁଲ ଉପରେ ରଖିବାପରେ ଭିଜିଲାନ୍ସ ଡିଏସ୍‌ପି ପରମେଶ୍ୱର କିଷାନ ସଦଳବଳେ ସେଠାକୁ ଯାଇ ରଙ୍ଗବୋଳା ଟଙ୍କା ଜବତ କରିବାସହ ଶ୍ରୀ ମିଶ୍ରଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର