ସୋସିଆଲ ମିଡିଆରେ ମାଗଣାରେ ଶୁକ୍ରାଣୁ ଦାନ କରି ୨୨ଟି ସନ୍ତାନର ବାପା ବନିଲେ ଏହି ଯୁବକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଘଟଣା ସାମ୍ନାକୁ ଆସିଥାଏ। ନିକଟରେ ବ୍ରିଟେନର ଗ୍ଲାସଗୋ ସହରରେ ଜଣେ ବ୍ୟକ୍ତି ଏଭଳି ଏକ କାରନାମା କରିଛନ୍ତି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ସେ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି କି ଫେସ୍‌ବୁକ୍‌ରେ ସେ ଅବୈଧ ଶୈଳୀରେ ଶୁକ୍ରାଣୁ ଦାନ କରିବାର ବିଜ୍ଞାପନ ଜାରି କରିଥିଲେ। ଯାହାପରେ ସେ ୨୨ଟି ଶିଶୁର ପିତା ବନି ସାରିଛନ୍ତି।

ଶୁକ୍ରାଣୁ ଦାନ କରିଥିବା ଏହି ବ୍ୟକ୍ତି ନିଜର ପରିଚୟ ଗୁପ୍ତ ରଖି କହିଛନ୍ତି, ଯେଉଁ ମହିଳାମାନେ ମା’ ବନିବାକୁ ଚାହୁଁ ଥିଲେ ସେମାନଙ୍କୁ ସେ ଗ୍ଲାସଗୋସ୍ଥିତ ଘରକୁ ଡକାଇ ଥାଆନ୍ତି। ଏହାପରେ ସେ ମାଗଣରେ ୫୦ରୁ ଅଧିକ ମହିଳାଙ୍କୁ ଶୁକ୍ରାଣୁ ଦାନ କରି ସାରିଛନ୍ତି। ଶୁକ୍ରାଣୁ ଦାନ କରିବାର ଚିନ୍ତାଧାରା ତାଙ୍କୁ ୫ବର୍ଷ ପୂବେ ମିଳିଥିଲା।

ସ୍ୱାସ୍ଥ୍ୟ ଗବେଷକଙ୍କ କହିବାନୁସାରେ, ଏଭଳି ପ୍ରୟାସ ବିପଦପୂର୍ଣ୍ଣ ଅଟେ। ଏହି ବ୍ୟକ୍ତି କୌଣସି କ୍ଲିନିକ୍‌ର ସହଯୋଗ ବିନା ଶୁକ୍ରାଣୁ ଦାନ କରିଥିଲେ। ଯାହା କି ବ୍ରିଟେନ୍‌ର ନିୟମ ବିରୁଦ୍ଧ ଅଟେ।

ସମ୍ବନ୍ଧିତ ଖବର