ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ବିବାହ ପାଇଁ ପ୍ରବର୍ତ୍ତାଉଥିବା ପ୍ରେମିକାଙ୍କୁ କାଟି ଖଣ୍ଡ ଖଣ୍ଡ କରି ପୋଲ ତଳକୁ ଫୋପାଡ଼ିଲେ ପ୍ରେମିକ

ଗାନ୍ଧିନଗର: ଗୁଜୁରାଟର ସୁରଟ ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ସୋମବାର କାଟି ୧୧ ଖଣ୍ଡ କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ଶାହାନଓ୍ଵାଜ ଶୈଖ ତାଙ୍କ ପ୍ରେମିକା ଜୁଲେଖା ଶୈଖଙ୍କୁ ରବିବାର ରାତିରେ ଲାଲ ଗେଟ୍‌ ଅଞ୍ଚଳର ଏକ ଖାଲି ଫ୍ଲାଟ୍‌ ଭିତରକୁ ଡାକିଥିଲେ। ସେଠାରେ ସେ ପ୍ରେମିକା ଜୁଲେଖାଙ୍କୁ ହତ୍ୟା କରିବା ସହ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଥିଲେ।

ପୁଲିସ୍‌ ତାଙ୍କୁ ଧରିବା ପୂର୍ବରୁ ସେ ଶରୀରର କିଛି ଅଙ୍ଗକୁ ସୁରାଟରେ ଥିବା ଓଏନ୍‌ଜିସି ପୋଲ ତଳକୁ ଫୋପାଡ଼ି ଦେଇଥିଲେ। ପରେ ଜଣେ ୩୧ ବର୍ଷୀୟା ମହିଳାଙ୍କ ମୁଣ୍ଡ ସେହି ଫ୍ଲାଟ୍‌ରେ ପୁଲିସ୍‌ ପାଇଥିଲା।

ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଶାହାନଓ୍ଵାଜ ବିବାହିତ। ଜୁଲେଖାଙ୍କ ସହ ତାଙ୍କ ପ୍ରେମ ସଂପର୍କ ରହିଥିଲା। ଏହି କାରଣରୁ ଶାହାନଓ୍ଵାଜଙ୍କ ପତ୍ନୀ ଏବଂ ଜୁଳେଖାଙ୍କ ମଧ୍ୟରେ ସବୁବେଳେ କଳିବିବାଦ ଲାଗି ରହୁଥିଲା। ଏପରିକି ଜୁଲେଖା ଅନେକ ଦିନ ହେବ ଶାହାନଓ୍ଵାଜଙ୍କୁ ତାଙ୍କ ପତ୍ନୀଙ୍କୁ ଛାଡ଼ି ତାଙ୍କୁ ବିବାହ କରିବା ପାଇଁ ପ୍ରବର୍ତ୍ତାଉଥିଲେ।

ସମ୍ବନ୍ଧିତ ଖବର