ରେଳ ଧାରଣାରେ ପଡ଼ିଥିବା ବେଳେ ଯୁବକଙ୍କ ଉପର ଦେଇ ଚାଲିଗଲା ବାଲବାହୀ ଟ୍ରେନ: ସୌଭାଗ୍ୟବଶତଃ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: କଥାରେ ଅଛି ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ।’ ଏହି ଉକ୍ତିର ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଥିବା ବେଳେ ନିକଟରେ ଏମିତି ଏକ ଘଟଣା ପୁଣି ସାମ୍ନକୁ ଆସିଛି। ରାଜସ୍ଥାନର ସୱାଇ ମାଧୋପୁରରେ ମାଲବାହୀ ଟ୍ରେନ ଜଣେ ଯୁବକଙ୍କ ଉପର ଦେଇ ଚାଲି ଯାଇଥିଲା। ଆଶ୍ଚର୍ଯ୍ୟର କଥା ଏହି ଘଟଣା ପରେ ଯୁବକଙ୍କୁ ସାମାନ୍ୟ ଆଘାତ ବି ଲାଗିନାହିଁ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ରେଳ ଧାରଣାରେ ପଡ଼ିଥିବା ଯୁବକଙ୍କର ନାମ ଦଳଚନ୍ଦ ମହାୱର, ଯାହାଙ୍କ ବୟସ ୨୭ ବର୍ଷ ଓ ସେ ଗଙ୍ଗାପୁର ସହରର ନାସିୟା କଲୋନିର ବାସିନ୍ଦା ବୋଲି ଜଣାପଡ଼ିଛି। ସେ ପ୍ରତିଦିନ ମଦ୍ୟପାନ କରିଥାଆନ୍ତି। ସେଦିନ ବି ମଦ୍ୟପାନ କରି ରେଳଧାରଣା ଅତିକ୍ରମ କରୁଥିବା ବେଳେ ପଡ଼ି ଯାଇଥିଲେ।

ଆଉ ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ସେ ଅଚେତ ହୋଇପଡ଼ିଥିଲେ। ଏତିକି ବେଳେ ତାଙ୍କ ଉପର ଦେଇ ଏକ ମାଲବାହୀ ଟ୍ରେନ ଚାଲି ଯାଇଥିଲା। ଏହି ଘଟଣାପରେ ସ୍ଥାନୀୟଲୋକ ଦଳଚନ୍ଦଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲ ନେଇ ଯାଇଥିଲେ। ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ଶରୀରରେ କୌଣସି ଆଘାତ ବି ଲାଗି ନଥିଲା।

 

ଏହି ଭିଡିଓକୁ ରାଜୀବ ଚୋପ୍ରା ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।

 

ସମ୍ବନ୍ଧିତ ଖବର