ଏକତରଫା ପ୍ରେମ ପାଇଁ ସଇତାନ ସାଜିଲା ଯୁବକ, ପ୍ରେମିକା ସହ ପରିବାରର ୩ଜଣଙ୍କ ଗଳାକାଟି ହତ୍ୟାକଲା

ଗୋରଖପୁର: ଏକତରଫା ପ୍ରେମ ନେଲା ୩ ଜୀବନ। ମନ ଓ ପ୍ରାଣ ଦେଇ ଭଲ ପାଉଥିବା ପ୍ରେମିକା ଓ ତା’ର ପରିବାରକୁ ଛଟପଟ କରି ହତ୍ୟା କଲା ସଇତାନ ପ୍ରେମିକ । ଏକତରଫା ପ୍ରେମ ପାଇଁ ପ୍ରେମିକା ପରିବାରର ୩ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁର ସହରରେ । ସୋମବାର ରାତିରେ ପ୍ରେମିକା ଓ ତା’ର ବାପାମା’ ଏକ କାର୍ଯ୍ୟକ୍ରମ ଦେଖିବାକୁ ଯାଉଥିବା ବାଟରେ ସେମାନଙ୍କ ଗଳା କାଟି ହତ୍ୟା କରିଥିଲା ଅଭିଯୁକ୍ତ ପ୍ରେମିକ। ତେବେ ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ଏବେ ଏହି ଘଟଣା ସହ ସଂପୃକ୍ତି ଥିବା ଜାଣି ପୁଲିସ ଅଭିଯୁକ୍ତ ଆଲୋକ ପାସୱାନକୁ ଗିରଫ କରିଛି। ଏକତରଫା ପ୍ରେମ ପାଇଁ ଏଭଳି ହତ୍ୟାକାଣ୍ଡ ହୋଇଥିବା କହିଛି ପୁଲିସ।

ପୁଲିସର ସୂଚନା ମୁତାବକ, ମୃତକ ଗାମା ନିଷାଦ ପରିବାରର ସାନପୁଅ। ତାଙ୍କର ଆଉ ଦୁଇ ଭାଇ ଗାଁ ଭିତରେ ଥିବା ପୁରୁଣା ଘରେ ରହୁଥିବା ବେଳେ ଗାମା ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ନୂଆ ଘର କରି ତାଙ୍କ ସ୍ତ୍ରୀ ଓ ଝିଅ ସହ ରହୁଥିଲେ । ଘଟଣା ଦିନ ଗାଁରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗାମା ପରିବାର ସହ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ପୁଅ ସୁଗ୍ରୀବ ବିହାରରେ ରହି କାମ କରୁଥିବାରୁ ସେ ବଞ୍ଚିଯାଇଥିବା ଗ୍ରାମବାସୀ କହିଛନ୍ତି । ପୁଲିସ ମୁଖ୍ୟ ଅଭିଯୁକ୍ତ ଆଲୋକ ପାସୱାନକୁ ଗିରଫ କରିଛି ।

ଗିରଫ ପରେ ଆଲୋକକୁ ପଚରାଉଚରା କରିବାରୁ ସେ ସବୁ ସତ ମାନି ନେଇଛି। ଗାମାଙ୍କ ଝିଅକୁ ଏକତରଫା ପ୍ରେମ କରୁଥିଲା ଆଲୋକ।। ହେଲେ ପ୍ରେମ ନିବେଦନ ପରେ ପୀଡ଼ିତା ମନା କରିବାରୁ ଅଭିଯୁକ୍ତ ଏଭଳି ପଦକ୍ଷେପ ନେଇଥିବା କହିଛି ଆଲୋକ।

ସମ୍ବନ୍ଧିତ ଖବର