ଚୋରା ବନ୍ଧୁକ ବ୍ୟବସାୟୀ ଗିରଫ: ବନ୍ଧୁକ, ଗୁଳି ଓ କାର୍‌ ଜବତ

ଭୁବନେଶ୍ବର: କ୍ୟୁଏଟି ଓ ଖାରବେଳନଗର ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରି ଜଣେ ଚୋରା ବନ୍ଧୁକ ବ୍ୟବସାୟୀକୁ ଗିରଫ କରିଛି। ପୁଲିସ ତାଠାରୁ ଗୋଟିଏ କାର୍‌, ବନ୍ଧୁକ ଓ ୩ଟି ଗୁଳି ଜବତ କରିଛି। ସେ‌ ‌ହେଲା ପୁରୀ ଜିଲ୍ଲା ପିପିଲି ଥାନା ଧାନଗହିରୀ ଅଞ୍ଚଳର ଇବ୍ରାହିମ୍‌ ଖାନ୍‌(୩୫)। କିଛିଦିନ ହେବ ଇବ୍ରାହିମ୍‌ ରାଜଧାନୀରେ ଚୋରା ବନ୍ଧୁକ କାରବାର କରିଆସୁଥିବା ପୁଲିସ ଜାଣିବାକୁ ପାଇଥିଲା। ତାକୁ ଧରିବା ପାଇଁ ପୁଲିସ ବିଭିନ୍ନ ସମୟରେ ଚଢ଼ଉ କରିଥିଲେ ମଧ୍ୟ ତାର ଟେର୍‌ ପାଇ ନଥିଲା। ସେବେଠାରୁ ପୁଲିସ ତା ଗତିବିଧି ଉପରେ ନଜର ରଖିଥିଲା। ଆଜି ସେ ୟୁନିଟ୍-୪ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଇଂଜିନିୟର୍ସ ନିକଟରେ ଯାଉଥିବା ପୁଲିସ ଖବର ପାଇଥିଲା। ତୁରନ୍ତ ଉଭୟ କ୍ୟୁଏଟି ଓ ଖାରବେଳନଗର ଥାନା ପୁଲିସର ଦୁଇଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଇବ୍ରାହିମ୍‌ର କାର୍‌କୁ ପିଛା କରିଥିଲେ। ଉଭୟ ପୁଲିସ ଟିମ୍ ତାକୁ କାବୁ କରିବା ସହ କାର୍‌ ଯାଞ୍ଚ କରିଥିଲେ। କାର୍‌ରୁ ଗୋଟିଏ ଦେଶୀ ବନ୍ଧୁକ ଓ ୩ଟି ‌ଗୁଳି ମିଳିଥିଲା। ଏନେଇ ଖାରବେଳନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଇବ୍ରାହିମ୍‌କୁ କୋର୍ଟ ଚାଲାଣ କରିଛି। ତା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର