ଭଲ ନମ୍ବର ରଖିଥିବାରୁ ଖୁସି ହୋଇ ବାପା ଦେଇଥିବା ଫୋନ ପୁଅ ପାଇଁ ସାଜିଲା କାଳ

ନୂଆଦିଲ୍ଲୀ: ମୋବାଇଲ ଅନଲାଇନ ଭିଡିଓ ଗେମ ‘ ପ୍ରି ଫାୟର’ ଖେଳି ଜଣେ ହାୟର ସେକେଣ୍ଡାରିର ଛାତ୍ର ନିଜର ଜୀବନ ହରାଇ ଦେଇଛି। ମୃତ ଛାତ୍ରଙ୍କ ନାମ ସୁଭଦୀପ ଘୋଷାଲ (୨୧)ବୋଲି ଜଣାପଡ଼ିଛି।

ଏହି ଘଟଣାଟି ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଘଟିଥିବା କୁହାଯାଉଛି। ମୃତ ଛାତ୍ରଙ୍କ ବାପାଙ୍କ କହିବାନୁସାରେ, ଦୁଇବର୍ଷ ପୂର୍ବେ ପୁଅ ଭଲ ନମ୍ବର ରଖି ମାଧ୍ୟମିକ ପରୀକ୍ଷା ପାସ କରିଥିବାରୁ ସେ ଖୁସି ହୋଇ ଏକ ସ୍ମାର୍ଟଫୋନ ଉପହାରରେ ଦେଇଥିଲେ। ଗତ ଦୁଇବର୍ଷ ହେବ କରୋନା ମହାମାରୀ ହେତୁ ଫୋନ ହିଁ ପିଲାମାନଙ୍କ ଏକମାତ୍ର ମନୋରାଞ୍ଜନର ମାଧ୍ୟମ ହୋଇଯାଇଥିଲା।

ଫୋନ ପାଇବା ପରେ ପୁଅ ଧୀରେଧୀରେ ସାଙ୍ଗସାଥୀଙ୍କ ପାଖକୁ ଯିବା କମାଇ ଦେଇଥିଲା। ପରିବାରଲୋକଙ୍କ ସହିତ ବି ଯେତିକି ଆବଶ୍ୟକ ସେତିକି କଥା ହେଉଥିଲା। ସେ ଫୋନରେ ‘ଫ୍ରି ଫାୟର’ ଖେଳ ଖେଳିବାର ଏତେ ମଜି ଯାଇଥିଲା ଯେ ରାତି  ଅନିଦ୍ରା ବି ରହୁଥିଲା। ଅନେକ ସମୟରେ ଟଙ୍କା ପାଇଁ ଜିଦ କରୁଥିଲା। ଏହି ଜିଦ ପୂରଣ ହୋଇଗଲେ ଚୁପ ରହି ଯାଉଥିଲା। କିନ୍ତୁ ଟଙ୍କା ନଦେଲେ ଘର ଜିନିଷ ସବୁ ଫିଙ୍ଗା ଫୋପଡ଼ା କରୁଥିଲା ରାତିରେ ଖାଇପିଇ ଶୋଇଥିବା ବେଳେ ସକାଳୁ ଆଉ ପୁଅ କବାଟ ଫିଟାଇ ନଥିଲା। କାବଟ ଭାଙ୍ଗି ଭିତରୁ ପସିଲା ପରେ ପୁଅ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର